Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bijaya Kumarr Senapati

Others

3  

Bijaya Kumarr Senapati

Others

ବହି

ବହି

1 min
228


ଫର୍ଦ୍ଦ ଫର୍ଦ୍ଦ କାଗଜରେ ଧାଡି ଧାଡି

କାଳିର କୋଣାର୍କ

ଶବ୍ଦ ନଟନଟୀ ସେଠି ଛନ୍ଦବନ୍ଧେ

ଶତତଃ ପ୍ରସ୍ତୁତ

ତୋଳିବାକୁ ରାଗ ଓ ରାଗିଣୀ,

ପାଠକ ଆଂଗୁଳି ସ୍ପର୍ଶ

ପାଇଲେ ସେ ଜୀଇଁଯାନ୍ତି ରମଣ ରମଣୀ ।


କେତେବେଳେ ଯୌବନର

ସୌନ୍ଦର୍ଯ୍ୟ କୁସୁମ

ଛଳଛଳ ପ୍ରସ୍ଫୁଟିତ

ରୂପ ଅନୁପମ,

ପ୍ରଣୟ ମଧୁର ଛନ୍ଦ

ରମ୍ୟ ରୂପକାନ୍ତି,

ତୃପ୍ତିର ଚରମ ସୀମା ପାରିହୋଇ

ବାହୁବନ୍ଧେ ବାନ୍ଧିହୋଇଯାନ୍ତି ।


କେବେ ନଟୀ ପ୍ରତିକ୍ଷିତ

ବିରହ ବିଧୁରା

ସନ୍ଦିହାନ ପ୍ରୀତି ତାର

ହେବକି ଅଧୁରା ?

ମନ୍ଦିର ଗଢୁଛି ଶିଳ୍ପୀ

କାହିଁ କେତେ ଦୂରେ,

ବର୍ଷ ବର୍ଷ ବିତିଲାଣି ଫେରିନି ସେ

ଲାଂଗୁଳା କି ସିବେଇର ଡରେ?


ମାଆବି ଚାହିଁଛି ପଥ

ପୁଅ କି ଫେରିବ?

ଭଉଣୀ ତା ଫୁଙ୍ଗୁଳା ହାତରେ କେବେ

ରାଖୀ ବାନ୍ଧିଦେବ ?

ଯିବାଦିନ କହିଥିଲା ଫେରିବ ସଅଳ,

ଫେରିଲେ ସେ ସୁନାନାକି ଭଉଣୀକୁ

କିଣିଦେବ ସୁନା ନାକଗୁଣା ଦୁଇହଳ ।


ସୈନିକ ସେ ରଣଝୁମ୍ପା ରାଜାଦେଶେ

ରଣକୁ ଯାଇଛି

ନବବଧୂ ଓଢଣୀ ଫାଙ୍କରେ ତାର

ବାଟକୁ ଚାହିଁଛି

ଫେରିବକି ସ୍ବଦେହେ ସେ ଲାଗେ ସନ୍ଦିହାନ ,

କିଏ କହେ ଶହଶହ ପାଇକଯେ

ପଡିଲେଣି ବଳି ସେଠି ଅଶୋକର କୋଷମୁକ୍ତ

ତୀକ୍ଷ୍ଣ ତରବାରୀ ଚୋଟେ ଜାଣ ।


ହସ କାନ୍ଦ ସୁଖ ଦୁଃଖ

ଦର୍ପଣ ଏ ବହି

ଆବେଗ ସଂବେଗ ଯେତେ

ଭରିଅଛି ତହିଁ,

କେତେବେଳେ ଝୁମାଏ ସେ

କେବେବି କନ୍ଦାଏ,

କେବେ ପୁଣି ସାନ୍ତ୍ବନାର ପଣତରେ

ମାଆପରି ଲୁହ ପୋଛିଦିଏ ।


Er.B.k.senapati

C 76 sector 2

Rourkela

8895500992


Rate this content
Log in