STORYMIRROR

Laxminarayan Pattanaik

Others

2  

Laxminarayan Pattanaik

Others

ଚିଲିକା ରାଣୀର କନିଆଁ

ଚିଲିକା ରାଣୀର କନିଆଁ

1 min
13.5K


ଗାଁଆଟି ମୋହର ସବୁଜ ସୁନ୍ଦର

ଅଟଇ ସରଗ ତୁଲ

ବିହଙ୍ଗ ଭୂସ୍ଵର୍ଗ ନାମେ ଅଭିହିତ

ବିଶ୍ଵରେ ଅମୂଲ ମୂଲ ॥୧॥

ସାଜିଛି କନିଆଁ ଚିଲିକା ରାଣୀର

ଅଲି ଅଳି ରାଜଜେମା

ବନ୍ଦନା କରନ୍ତି ନା ନା ଜାତି ପକ୍ଷୀ

ମନାସି ଶୁଭ କାମନା ॥୨॥

ଦେବଦେବୀ ଏଠି ହୋଇଛନ୍ତି ରୁଣ୍ଡ

ଲଭି ତା' ଶାନ୍ତିର କୋଳ

ମଙ୍ଗଳା ମାଆଙ୍କ ଛତ୍ରଛାୟା ତଳେ

ଶୁଭୁଥାଏ କୋଳାହଳ ॥୩॥

ପତିତପାବନ ନୀଳକଣ୍ଠେଶ୍ଵର

ଗୁପ୍ତେଶ୍ଵର ରଘୁନାଥ

କନିଆଁ ମନର କଥାକୁ ବୁଝନ୍ତି

ସତେ କି ଦୁହିତା ତାଙ୍କ ॥୪॥

ପାର୍ବଣ ଭୋଜିରେ ମାଆ ରାଉଳାଣୀ

ପରଷନ୍ତି ନା ନା ବ୍ୟଞ୍ଜନ

ମାଆ ବଳିମାଝୀ ଦ୍ଵାରେ ଜଗିଥାନ୍ତି

ବିପଦ କରି ଭଞ୍ଜନ ॥୫॥

କନିଆଁ ପାଳିଛି ରଜର ପରବ

ନାଚ ଗୀତେ ତା'ର ମନ

ଆୟୋଜନ କରେ ମା ମଝିଆଣୀ

ବାଦୀପାଲାର ସେ ଦିନ ॥୬॥

ରାମଲୀଳା ପୁଣି ଦଣ୍ଡଯାତରାକୁ

ଅଡିବସେ ଯିବ ଦେଖି

ଚିଲିକା ରାଣୀର କନିଆଁ ସେ ଅଟେ

ଚୁଲୁବୁଲି ନିରିମାଖି ॥୭॥

ମୋ ଗାଁ ଆଜି ସାଜିଛି କନିଆଁ

ନାଁଟି ମଙ୍ଗଳା ଯୋଡି

ପ୍ରକୃତିର କୋଳେ ନିରିମାଖି କଇଁ

ଯାଇଛି ଚହଳ ପଡି ॥୮॥


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍