STORYMIRROR

Bunee Tripathy

Others

3  

Bunee Tripathy

Others

ଚିହ୍ନା ଅଚିହ୍ନା

ଚିହ୍ନା ଅଚିହ୍ନା

1 min
151

ଚିହ୍ନା ଚିହ୍ନା ଲାଗେ ଆଜି

ଅଚିହ୍ନା ଏ ଦୁନିଆଁରେ,

ଖୋଜି ବସେ କେବେ କେଉଁଠାରେ

ପରିଚୟ ତାଙ୍କ ପାଖରେ।


ପୃଥିବୀଟା ଗୋଲ ବୋଲି ଦିନେ

ପଢିଥିଲି ଛୋଟବେଳେ,

କେଉଁଠୁ ଆରମ୍ଭ ଆଉ କେଉଁଠି ଶେଷ

ମନେମନେ ବସି ଭାଳେ।


ଏଡେ ବଡ ପୃଥିବୀରେ କେଉଁଠି କେବେ

ଦେଖାହୁଏ ଅଚିହ୍ନା ମଣିଷ ସହ,

କେତେବେଳେ ହୋଇଯାଏ ଆପଣାର

ଜଣାପଡେ ନାହିଁ ଲାଗିଯାଏ ମୋହ।


"ଅଚିହ୍ନା" ଶବ୍ଦଟି ଦୂରେଇ ଯାଇ ହଜିଯାଏ

ମନ ଭିତରେ କିନ୍ତୁ ଉଙ୍କି ମାରୁଥାଏ,

ମାନବ ଶୃଙ୍ଖଳରେ ବନ୍ଧା ଯଦି ଆମେ

କାହିଁପାଇଁ "ରକ୍ତ" ରକ୍ତକୁ ଦଗାଦିଏ।


ଚିହ୍ନାଅଚିହ୍ନା ମିଛ ସତର ଗୋଲକ ଧନ୍ଦାରେ

ଛନ୍ଦି ହୁଏ ଆଜିର ମାନବ,

ନିଜ ନାଭି କସ୍ତୁରୀକୁ ଚିହ୍ନିନପାରି

ଧାଇଁଚାଲିଛି ଧାଇଁବା ଯେତେ ସମ୍ଭବ।


କେହି ନୁହେଁ ଅଚିହ୍ନା ଏଠି ସଭିଏଁ ତ ଚିହ୍ନା

ଖାଲି ରୂପ ରଙ୍ଗ ନାମର ଫରକ

ସ୍ନେହ ପ୍ରେମ ମମତାର ବନ୍ଧନରେ ବାନ୍ଧିହୁଏ

ସେହି ଅଚିହ୍ନା ବୋଲାଉଥିବା ମଣିଷ ଜଣକ।

     


Rate this content
Log in