ବୃକ୍ଷ ଓ ବର୍ଷା
ବୃକ୍ଷ ଓ ବର୍ଷା


ବରଷା ରାଣୀ ଭାରି ସିଆଣି
ଲୁଚି ଛପି ଆସୁଥାଏ
ଆଷାଢ଼ ଯାଇତ ଶିରାବଣ ହେଲା ଲୁଚକାଳି ଖେଳୁଥାଏ l
ଚାତକ ଚାହିଁଛି କେତେ ଆତୁରରେ
ଗ୍ରୀଷମ ର ଖରା ସହି
ଭେକ କରୁଛନ୍ତି କେଏଁ କଟର
ବର୍ଷାରାଣୀ ନ ଶୁଣଇ l
ଚାଷୀ ଭାଇ ଟିଏ ହଳ ଲଙ୍ଗଳ କୁ
ଚାହିଁ ଚାହିଁ ଦିନ ନିଏ
କ୍ଷେତ କୁ ଯିବାକୁ ମନ ତା ନବଳେ
ତୋ ପଥ କୁ ଚାହିଁ ଥାଏ l
ପଶୁ ପକ୍ଷୀ ସବୁ ଅଥୟ ହେଲେଣି
ଜଳ ବିନା ପୃଥ୍ୱୀ ନାଶ
ବୃକ୍ଷ ରାଜି ଆଖି ମିଟିକା ମାରନ୍ତି
କି ହେଲା କିହେଲା ଦେଶ l
କାନ୍ଧି କୁହେ ବୃକ୍ଷ ନିବେଦନ ମୋର
ଘେନ ହେ ବରଷା ରାଣୀ
ଏ ଜନ ସମାଜ ହନ୍ତସନ୍ତ ହୁଏ
କୃଷି ଋତୁ ତ ଗଲାଣି l
କହଇ ବରଷା ଆହେ ବୃକ୍ଷ ରା଼ଜ
ତୋ ମାନବେ ଦୟା ଦେଖି
ସଗର
୍ବେ ଫୁଲୁଛି ମୋହର ଶରୀର
କେତେ, ଭଲ ପାଉ ତୁହି ପୃଥ୍ୱୀ l
ତୋତେ ଯେ ମାରୁଛି, ହାଣୁଛି, କାଟୁଛି, ତୋର ତାକୁ ଏତେ ଦୟା
ସନ୍ଥ ପ୍ରାୟ ରହି କାମ କରୁ ତୁହି
ଅତି ସରଳ ତୋ ହିଆ l
ତୋହ ପରି ମୁହିଁ ହୋଇ ପାରୁନାହିଁ
ସହିବା ଶକତି ନାହିଁ
ତୋ ପରେ ନିଷ୍ଠୁର ହେବାରୁ ମାନବ
ମୁହିଁ ଏପରି କରଇ l
ନଧରିବ ଭାଇ ମୋହର ଦୋଷ ଟି
ତୁମ ସୁଖେ ମୁହିଁ ସୁଖୀ
ଦୁହେଁ ମିଶି ଚାଲ ଜଗତ ପାଳିବା
ରକ୍ଷା କରିବା ସଭିଙ୍କି l
ମନୁଷ୍ୟ ସମାଜ ବୁଝୁ କି ନବୁଝୁ
ଆମର ଉପକାରିତା
ଆମକର୍ତ୍ତବ୍ୟ ରେ ହେଳା ନକରିବା
ହୋଇବା ଜଗତ ଜିତା
ଏଥର ବିଜୁଳି ଘଡ଼ଘଡ଼ି ନେଇ
ସ ଗର୍ବରେ ଯିବି ମୁହିଁ
କିଏ ଖୁସି ହେଉ କିଏ ଦୁଃଖୀ ହେଉ
ସେଥିକି ମୋ ନିଘା ନାହିଁ ।