Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bunee Tripathy

Others

3  

Bunee Tripathy

Others

ବଞ୍ଚିବା ତାହାରି ପାଇଁ

ବଞ୍ଚିବା ତାହାରି ପାଇଁ

1 min
177



ପ୍ରକୃତି ଆମର ରଚିଛି ତ୍ରିରଙ୍ଗା

  ଦେଖିଛ କି କେବେ ଥରେ

ଦେଖି ଦେଲେ ପରା ମନ ପୁରିଯାଏ

  ବିହଙ୍ଗ କାକଳି ସୁରେ।


ପ୍ରାତଃ ପ୍ରଭାତରେ ପ୍ରାଚୀ ଆକାଶରେ

 ନାରଙ୍ଗୀ ତ ଶୋଭା ପାଏ

ମହୀର ଉପରେ ସବୁଜ ଶ୍ୟାମଳ

  ଭାସ୍କର ମଝିରେ ଥାଏ।


ପ୍ରକୃତି ଯେଉଁଠି ଗଢ଼େ ତ୍ରିରଙ୍ଗାକୁ

  ସେ ଦେଶ ମୋ ଜନ୍ମଭୂମି

ସେ ଦେଶରେ ଅଛି ମହୋଦଧି ପରା

  ଜଗନ୍ନାଥ ଅନ୍ତର୍ଯ୍ୟାମୀ।


ମାଆର ମସ୍ତକେ ହିମାଳୟ ଗିରି

 ହୀରକ ମୁକୁଟ ହୋଇ

ବିନମ୍ରରେ ସିଏ ବୋହିଯାଏ ପରା

 ଗଙ୍ଗୋତ୍ରୀର ରୂପ ନେଇ।


ତ୍ରିରଙ୍ଗାର ତଳେ ଚଳଚଞ୍ଚଳ ତ

  ଏ ସାରା ଭାରତ ଭୂଇଁ

ସନମାନ ତାର ଆମରି ତ ଲକ୍ଷ୍ୟ

  ବଞ୍ଚିବା ତାହାରି ପାଇଁ।



Rate this content
Log in