ବିଶ୍ଳେଷଣ
ବିଶ୍ଳେଷଣ
1 min
151
ଷଣ୍ଢ ଆସୁଛି
ବାଟ ଛାଡ଼ ଷଣ୍ଢ ଆସୁଛି
ଗୋଡ଼ ଛାଟି ଲାଞ୍ଜ ପିଟି
ହୁଂକାର ଛାଡ଼ୁଛି ।
ଇଏ ମହାଦେବ ଷଣ୍ଢ
ସଫାକର ରାସ୍ତା ଘାଟ
ଗାଆଁ ବଡ଼ ଦାଣ୍ଡ ।
ତା' ପାଇଁ ମନା ନାହିଁ
କାହା ଘର କାହା ବାଡ଼ି
ବଗିଚା ବା କ୍ଷେତ
ଦିନ ରାତି ଖରା ବର୍ଷା
ଜାତି ଧର୍ମ ବର୍ଣ୍ଣର ତଫାତ୍ ।
କର୍ଷଣ ଜାଣେନି ଷଣ୍ଢ
ଧର୍ଷଣ ଜାଣିଛି
ରେସନ ଜାଣେନି
ଲମ୍ବା ଭାଷଣ ଜାଣିଛି ।
ଏ ଷଣ୍ଢକୁ ନଥାଏ ଟି ଥୟ
ଦିନ ଠାରୁ ରାତି ତା'ର ପ୍ରିୟ ।
ଯୋଡ଼ି ବେନି ହାତ
କରି ମଥା ନତ
ଆସୁଛି ଆସିବ ଷଣ୍ଢ
ଛାଡ଼ି ଦିଅ ବାଟ ।
