STORYMIRROR

Santosh Kumar Ojha

Others

3  

Santosh Kumar Ojha

Others

ବିଶ୍ଳେଷଣ

ବିଶ୍ଳେଷଣ

1 min
139

ଘଟଣା ବହୁଳ ପୃଥିବୀରେ

ଘଟୁ ଥିବା ସମସ୍ତ ଘଟଣା

ହୁଏ ନାହିଁ ଇତିହାସ

କିଛି ହୁଏ ଇତି ,

ଜଞ୍ଜାଳମୟ ଜୀବନରେ

ପ୍ରତି ମୁହୂର୍ତ୍ତ 

ପାଏ ନାହିଁ ସ୍ମୃତିର ପରଶ

କିଛି ହୁଏ ବିସ୍ମୃତି ।

ବହି ଯାଉଥିବା

ସବୁ ନଈ ସବୁ ଝରଣା

ମିଶେ ନାହିଁ ସାଗରରେ

କିଛି ଶୁଖେ ମରୁରେ,

ଏଇ ମଣିଷ କହୁଥିବା

ଫି କଥା,ସବୁ କାହାଣୀ

ଲେଖା ନୁହେଁ ଅକ୍ଷରରେ

କିଛି ଲିଭେ ଲୁହରେ ।

ତଥାପି;

ଅନବରତ ଘଟି ଚାଲେ ଘଟଣା

ଅବିରତ ବହିଚାଲେ ଝରଣା

ଅବାରିତ ଝରୁଥାଏ ବରଷା

ଅସରନ୍ତି ମଣିଷର ଆଶା/ଭାଷା

ସ୍ୱପ୍ନ ଦେଖା ହୁଏ ନାହିଁ ଶେଷ

ଯେ ପର୍ଯ୍ୟନ୍ତ ଚାଲିଥାଏ

ନିଃଶ୍ୱାସ-ପ୍ରଶ୍ୱାସ ।



Rate this content
Log in