STORYMIRROR

Bhakta Malla

Others

3  

Bhakta Malla

Others

ବିନ୍ୟାସ

ବିନ୍ୟାସ

1 min
13.1K


ମୋ ଇପ୍ସିତ ଇଚ୍ଛାର

ବିବିଧ ବର୍ଣ୍ଣମାଳାକୁ

ବିବର୍ଣ୍ଣିତ କରେ ବିବିଧ ବର୍ଣ୍ଣରେ ,

ନବ ନବ ଉଲ୍ଲାସର

ନିୟନ୍ତ୍ରିତ ଆବେଗର

ସୁଶୋଭିତ ସୌଦାମିନୀ

କ୍ଷଣପ୍ରଭା ଅପୂର୍ବ ବିଭା ରେ ।

କ୍ଷଣମତି ପ୍ରଜାପତି

ହଜେଇ ନିଜର ସ୍ଥିତି

ପ୍ରଲୋଭିତ କିଛି କ୍ଷଣ ପାଇଁ ,

ସ୍ଥିର କରି ନିଜ ଗତି

ଅବିଚଳ ମାୟା ପାଶେ

ଦେଉଥାନ୍ତି ନିଜକୁ ହଜେଇ ।

ରଂଗ ଏକ ସମ୍ମୋହନ

କାମ୍ୟ କୌତୁହଳ

ଆମୋଦର ବୈଦୁର୍ଯ୍ୟ ଭବନ ,

ବିଚିତ୍ର ବର୍ଣ୍ଣା ବିଶ୍ଵର

ବିକ୍ଷୁବ୍ଧ ଅନ୍ଧାର

ପରସ୍ତ ପରସ୍ତ ଆସ୍ତରଣ

ବିଶ୍ଵାସର ନୂଆ ଇସ୍ତାହାର

ଇସ୍ତ୍ରୀକରା ଛାତିର ସ୍ପନ୍ଦନ ।।

ମୁଁ ରଂଗ ମାଖେ ନିତି ଦିନ

ଚିକ୍ ମିକ୍ କରେ ତ୍ବକ୍

ଯଦିଓ ମୁଁ ଜାଣେ

ଏ ସବୁ ଦୁଇ ଦିନ ପାଇଁ,

ତଥାପି ମୁଁ ମାଖେ

ଖାସ୍ ନିଜକୁ ଲୁଚେଇବା ପାଇଁ

ଯାହା ମୁଁ ନୁହେଁ, ଅନ୍ୟକୁ ତାହା

ଦେଖେଇବା ପାଇଁ ।।

ଆକାଶର ରଂଗ ଅଛି

ପ୍ରକୃତି ବି ଅସରନ୍ତି ରଂଗର ଭଣ୍ଡାର

ବୃକ୍ଷ ଲତା ସବୁଜ ପତ୍ର

ସବୁକିଛି ପକ୍ଵ ହୁଏ

କେହି କେବେ ମାଖିନାହିଁ ରଂଗ ,

ମୁଁ କିନ୍ତୁ ମାଖି ହୁଏ ରଂଗ

ମୋ ଛବିକୁ ନୂଆ କରି ଆଙ୍କେ

ସତ୍ୟ ଉପରେ -

ମିଥ୍ୟାର ଆବରଣ ଢାଙ୍କେ ।।

ଶ୍ରଦ୍ଧାର ସହ

ଭକ୍ତ ଚରଣ ମଲ୍ଲ

ନେମ୍ବରା,  


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍