STORYMIRROR

Bunee Tripathy

Others

3  

Bunee Tripathy

Others

ବିଜୟର ଶଙ୍ଖ

ବିଜୟର ଶଙ୍ଖ

1 min
225

ଗୁମସୁମ ରହିଥିବା ମେଘଟା

କେଉଁ ଏକ ଆଗତ ବାତ୍ୟାର

ସୂଚନା ଦେଉଛି କେଜାଣି

ନିରବି ଯାଇଥିବା ବାଦଲଗୁଡାକ

କେଉଁ ଏକ ନିରବ ଝଡର

ସଙ୍କେତରେ ସରମି ଯାଇଛନ୍ତି।

ପ୍ରକୃତିଟା ତଟସ୍ଥ ହୋଇଯାଇଛି

ତୁ ମଧ୍ୟ ଡରିଡରି

ନିରବ ଝଡର ବାର୍ତ୍ତା ନେଇ

କାହାକୁ ଅପେକ୍ଷା କରି

କାହିଁକି କେଜାଣି ବସିଛୁ ?


ମନଭିତରେ ଅନେକ

ଗୁଣନ ହରଣର ଭାଗବଣ୍ଟା ଭିତରେ

ତୁ କେବଳ ଘାଣ୍ଟିହେଉଛୁ

କ'ଣ ତୋର ଉଦ୍ଦେଶ୍ୟ,

ଝଡ ଆସି ଚାଲିଯିବ

ତା ବାଟରେ, ହେଲେ.........

ଛାଡିଯିବ ଅନେକ ପଦଚିହ୍ନ

ଆଉ ତାକୁ ଲିଭାଉ ଲିଭାଉ

କେତେବେଳେ ଯେ

ତୁ ବୃଦ୍ଧ ହୋଇଯାଇଥିବୁ

ନିଜେ ବି ବୁଝିପାରିବୁ ନାହିଁ।


ଝଡ ତ ପ୍ରକୃତିର ଏକ ଅଙ୍ଗ

ସେ ଆସିବ, ତା ଉପସ୍ଥିତିକୁ

ଚେତାଇ ଦେବ ପ୍ରତିଟି ମନରେ

ହଁ, ହେଇପାରେ ସିଏ ଉଗ୍ର

ହେଲେ ତାପରର ସେହି ମୁହୂର୍ତ୍ତ

ତୁମ ପାଇଁ ଏକ ସୁନ୍ଦର ସ୍ୱର,

ତୁ ବି ଭୁଲି ଯାଆ

ତୋ ମନର ସଂଶୟ ସୃଷ୍ଟି କରୁଥିବା

ସେହି ନିରବ ଝଡକୁ

ତୁ ଚଳଚଞ୍ଚଳ ହୋଇଯାଆ

ବିପଦକୁ ସାମ୍ନା କରିବାର ସାହାସ

ମନଭିତରେ ଠୁଳ କରି

ରଣକ୍ଷେତ୍ରକୁ ଓହ୍ଲାଇପଡ

ଶତସିଂହର ବଳରେ ବଳିୟାନ ହୋଇ

ଝଡ ଆଗରେ

ଖଣ୍ଡା ଖର୍ପର ଧରି ଠିଆହୁଅ

ପ୍ରତିରୋଧ ପାଇଁ,



Rate this content
Log in