ଭକ୍ତିପୁଷ୍ପ-୯
ଭକ୍ତିପୁଷ୍ପ-୯
1 min
121
ଏତେ ବିଳମ୍ବ କାଇଁ
ଗଲାଣି ରାତି ପାହି
ଆସ ଗୋ ସଖିମାନେ ସହଳ
ଯିବା ଯମୁନା କୂଳ
ମିଛେ ଆଣିବା ଜଳ
ରସିବା କାହ୍ନୁ ପ୍ରେମେ ରସାଳ ।
କାହ୍ନୁ ଗଲେଣି ଚାଲି
ଦାଣ୍ଡ ତ ଖାଲି ଖାଲି
ଖାଲି ପଡ଼ିଛି ଦେଖ ଗୋଶାଳ
ଲଳିତା ଗୋ ବିଶାଖା
ତୁମର ନାହିଁ ଦେଖା
ଖରା ପଡ଼ି ହୋଇଲାଣି ସକାଳ ।
କାହ୍ନୁ ଥିବେ ଲୋ ଏକା
ନଥିବେ କେ ରସିକା
ବିଳମ୍ବେ ବିରହରେ ଆକୁଳ
ନେହୁରା ହୁଏ ସଖି
ନିହାର କାମ ରଖି
ଯମୁନା ଯିବା ଲାଗେ ବିକଳ ।
ଶାଶୁ କରେ ତାଗିଦି
ଯିବ ତ ଯାଅ ଜଲ୍ଦି
ଫେରିବ ଜଳ ଘେନି ସହଳ
ନକର ଆଉ ଡେରି
ଆସ ମୋ ସହଚରୀ
ମନ ହେଲାଣି ବଡ଼ ଚଞ୍ଚଳ ।
