ଭକ୍ତିପୁଷ୍ପ-୮
ଭକ୍ତିପୁଷ୍ପ-୮
ୠତୁସ୍ନାତା ବୋଲି
ଯମୁନା ନ ଗଲି
ଏକା ଏକା ବସି କାହ୍ନୁକୁ ଝୁରେ
କାହ୍ନୁ ବି ତ ଏକା
ଖାଇ ଗଲେ ଧୋକା
ବିରହେ ବଜାନ୍ତି ବଇଁଶୀ ଧିରେ ।
ଏକ ବସନରେ
ରହେ ଗୋପନରେ
କେମିତି ଯାଆନ୍ତି ଗୋପ ଦାଣ୍ଡରେ
ଛୁଇଁବି ତ ନାହିଁ
ଚାହିଁବି ତ ନାହିଁ
ଫେରିବି ନିନ୍ଦାକୁ ରଖି ମୁଣ୍ଡରେ ।
ନାରୀର ସ୍ୱଭାବ
ବିଶ୍ୱାସେ ଅଭାବ
ମୁଁ ବା କେମିତି ଯାଆନ୍ତି ବର୍ତ୍ତି ?
ଲଳିତା ବିଶାଖା
ସଙ୍ଗେ ମହୁ ଚଖା
ରଚିବେ କି ନୂଆ ପ୍ରେମର କୀର୍ତ୍ତି ?
ଘଡ଼ି ଘଡ଼ି ଯାଇ
ଝରକା ଖୋଲଇ
ଆକୁଳେ ନିହାରେ ଗୋପର ଦାଣ୍ଡ
ଫେରୁଥିବେ ସଖି
କହ୍ନେଇକୁ ଦେଖି
କହିବେ ତା କଥା ଖୋଲିକି ତୁଣ୍ଡ ।
ଭାରି ବ୍ୟସ୍ତ ଲାଗେ
ମନେ ପ୍ରେମ ଜାଗେ
ଅଶୌଚ ମୋତେ କରଇ ମନା
ଛାତିରେ ଛନକା
ସାତ ଦିନ ଏକା
କେମିତି ଜୀଇଁବି କହ୍ନେଇ ବିନା ।
