ଭକ୍ତି ପୁଷ୍ପ
ଭକ୍ତି ପୁଷ୍ପ
ଆସ ଗୋ ମୂରଲିଧାରୀ
ନିଶି ଗଲା ଅପସରି
ପାହିଲା ରଜନୀ ଯେଣୁ
ବଜାଅ ଗୋ ବେଣୁ ଥିରି ।
ଚନ୍ଦ୍ରସେଣା ଛନ୍ତି ନିଦେ
ଚେତା ନଥିବ ନଣନ୍ଦେ
ନଜାଣନ୍ତୁ ଶାଶୁ କିଛି
ଯିବି ମୃଦୁ ମୃଦୁ ପାଦେ ।
ମିଛରେ କଳସୀ ଧରି
ଗୋପ ଦାଣ୍ତ ହେଇ ପାରି
ଯାଏ ମୁଁ ଯମୁନା କୂଳ
ଦେଖିବି ଶ୍ରୀ ବଂଶୀଧାରି ।
ଅଣ୍ଟିରେ ଆଣିଛି ଖୋସି
ମନ ଫୁଲ ମିଶା ମିଶି
ଯତନେ ଦେବି କାହ୍ନୁରେ
କାଳେ ହେଇ ଯିବ ବାସି ।
ଉଛୁଳେ ଯମୂନା ନଈ
କାହ୍ନୁ ଙ୍କୁ ପାଖରେ ପାଇ
କଦମ୍ବ ଫୁଲେଇ ହୁଏ
ଦୋହଲେ ମୋ ମନ କଇଁ ।
କାହିଁରେ ଲାଗେନି ମନ
କାହ୍ନୁ ମୋ ଜୀବନ ଧନ
ତା ସାଥିରେ ଭାବ ମୋର
ଭକ୍ତ ଆଉ ଭଗବାନ ।
ଆସିବି ସହଳ ଫେରି
ପ୍ରୀତିରେ କଳସୀ ଭରି
ସହି ଯିବି କଟୁ କଥା
ଛାତିକୁ ପଥର କରି ।
ଦେହ ଖୋଜୁ ନାହିଁ ଦେହ
କାହ୍ନୁ ପ୍ରେମେ ଖାଲି ମୋହ
ସହି ସହି ଅପବାଦ
ଶୁଖି ଯାଉ ମୋର ଲୁହ ।
