STORYMIRROR

Bunee Tripathy

Others

2  

Bunee Tripathy

Others

ଭିଟାମାଟି

ଭିଟାମାଟି

1 min
99

ଯିବିନାହିଁ ଯିବିନାହିଁ

    ଛାଡି ଭିଟାମାଟି

       ଯେଉଁଠାରେ ମୋର

           ଜଳିଛି ଏନ୍ତୁଡି।

ଆସୁପଛେ ନଈବଢୀ

     ବାତ୍ଯା ଭୂମିକମ୍ପ

         ମୋ ଘର ମୋପାଇଁ

             ଦେବଲୋକେ ସମ।

ହେଉପଛେ ଚାଳଘର

     ଅଟଇ ପବିତ୍ର

        ଜଳେ ନାହିଁ ଝୁଣାଧୂପ

            ନୁହେଁ ଅପବିତ୍ର।

ଭିଟାମାଟି ମୋର ପରା

      ଜନନୀଠୁ ବଡ

         ତା ସ୍ନେହରେ ବଢିଲି

             ଗଢା ମାଂସହାଡ।

ମୋ ମାଟି ମାଆ ପାଇଁ

      ଦେବି ମୁଁ ଜୀବନ

          ଡରିବିନି ମୃତ୍ଯୁକୁ

             ଦେଉ ସେ ସମନ।

ଜଳିଥିଲା ଦିନେ ମୋର

      ଏନ୍ତୁଡି ଏ ଘରେ

         ଷଠି ପଞ୍ଚୁଆତି ପୁଣି

             ପାଳିଲେ ତାପରେ।

ଠୁକୁ ଠୁକୁ ଚାଲିଥିଲି

      ଘର କାନ୍ଥ ଧରି

         ତା ସମୀର ନିଶ୍ବାସରେ

             ପ୍ରାଣବାୟୁ ପରି।

ଯେଉଁଠାରେ ଜନମିଲେ

       ପିତୃ ପିତାମହ

          ସେ ମାଟି ମୋ ପାଇଁ ସ୍ବର୍ଗ

               ଥିବି ତାଙ୍କ ସହ।

ଏହି ସେହି ଭିଟାମାଟି

       ତେଜିବି ନିଶ୍ବାସ

          ଛ'ଖଣ୍ଡ ବାଉଁସେ କୋକେଇ ମୋର

               ଯିବି ମଶାଣିକୁ ଶେଷେ

                   ହୋଇଯିବି ଭଷ୍ମ।

     


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍