STORYMIRROR

DILIP KUMAR SAHOO

Others

4  

DILIP KUMAR SAHOO

Others

ଭାବୁଛି ଶରଧା ବାଲି

ଭାବୁଛି ଶରଧା ବାଲି

1 min
23.7K


ଭାବୁଛି ଶରଧା ବାଲି

""''''"'"'""""""""""""""""""

କାହାକୁ ବାଣ୍ଟିବ ଭାବର ଶରଧା

ଭାବୁଛି ଶରଧାବାଲି

ଭାବମୟଙ୍କୁ ତ ଭୟ ଲାଗେ ସତେ 

ଭିଡରେ ଯିବାକୁ ବୁଲି

ଭାବ ଭଉଁରୀରେ ଭାବବିନୋଦିଆ

ଭକତଙ୍କୁ ଗଲେ ଭୁଲି


ରତନ ବେଦୀ ରୁ ଜନମ ବେଦୀ କୁ

ମହାପ୍ରଭୁ ଆସିବେନି

ଆଡପ ମଣ୍ଡପେ ଆଡପ ଅବଢ଼ା

ଏସନ ତ ବାସିବନି

ଆଡପ ଦର୍ଶନ ହୋଇଲା ସପନ

ନୀରବ ଡାହୁକ ବୋଲି

ଚାହିଁଛି ଶରଧା ବାଲି 


 ରଥଖଳା କହେ ତିନିରଥ ସଜ

 ସାରଥୀ ଅଛନ୍ତି ଚାହିଁ

 ରଥୀଙ୍କୁତ ମନା ରଥ ଚଢିବାକୁ

 ଘୋଡା ପଡିଲେଣି ଶୋଇ

ଚକ ଗଡିବନି ଅଖ ବୁଲିବନି

 ତିନି ରଥ ଖାଲି ଖାଲି

ଚାହିଁଛି ଶରଧା ବାଲି


ଅଶରୀରି ଏବେ ଚଉଦିଗ ଘେରି

ଖେଳୁଛି କପଟ ପଶା

ଅଛି ନଅଛିର ଦୋଛକିରେ ଆଜି

ଭାବ ଖୋଜୁଅଛି ଭାଷା

ଲକ୍ଷ୍ମୀଙ୍କର ରୋଷ ପ୍ରାବୃତ୍ତ ରାହାସ

କଥା ଖୋଜେ ଖିଅ ଖୋଲି

ଭାବୁଛି ଶରଧା ବାଲି


Rate this content
Log in