STORYMIRROR

Manas Ranjan Pattanayak

Others

3  

Manas Ranjan Pattanayak

Others

ଅତୀତ

ଅତୀତ

1 min
295



ମନେ ପଡୁଅଛି ସେ ହୋଲି ପରବ ଆମର ଛୋଟିଆ ଗାଆଁ


ରଙ୍ଗ ପିଚକାରୀ ଧରି ହାତେ ଗଲେ ମୋ ପ୍ରିୟା ହୁଏ ଛାନିଆଁ


ରଙ୍ଗ ବେରଙ୍ଗର ଫଗୁ ଉଡି ଉଡି ଆକାଶ ହୁଏ ରଙ୍ଗେଇ


ଫଗୁଣ ମାସର ଆହ୍ଲାଦ ବେଳାରେ ରଙ୍ଗାୟିତ ଦିଶେ ନଈ


ଗାଆଁ ଦାଣ୍ଡେ ମୁହିଁ ଘୁରି ବୁଲି ବୁଲି ପାଳୁଥିଲି ଦିନେ ହୋଲି


ସାଙ୍ଗସାଥୀ ମେଳେ ମଠ ପଡିଆଟି ହେଇଯାଉଥିଲା ନାଲି


ସେ ଅତୀତ କାହ୍ନୁଁ ଅତୀତ ସାଜିଣ ଦୂରାଇ ନେଲାଟି ମତେ


ମୋ ଭାଇ ଭଉଣୀ ସେହି ପଡିଆରେ ହୋଲି ଖେଳୁଥିବେ ସତେ

**********************

ମାନସ ରଞ୍ଜନ ପଟ୍ଟନାୟକ

ନିମବସନ୍ତ ହରିରାଜପୁର ଜଟଣୀ ପୁରୀ

----**-************---------


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍