STORYMIRROR

Sunanda Mohanty

Others

3  

Sunanda Mohanty

Others

ଅସ୍ତିତ୍ୱ

ଅସ୍ତିତ୍ୱ

1 min
12

ନିଦୁଆ ଆଖିରେ 

କେବେ କେବେ ଥରେ 

କଜ୍ଜ୍ୱଳ ଆଖିରେ 

ଲାଗ ମତେ ତମେ କୃଷ୍ଣା 

ତମ କୃଷ୍ଣ କବରୀରେ 

ତୁମ ଆୟତ୍ତ ଠାଣିରେ 

ନିୟୁତ ଆଶା ରେ 

ଲାଗ ମତେ କେବେ ରାଧା 

ତମ ଶ୍ୱେତ ବସ୍ତ୍ର ପଣତରେ 

ଚମ୍ପକ ଆଙ୍ଗୁଳିରେ 

ଛୀର୍ଣ୍ଣବୀଣା ସୁରେ ସୁରେ 

ଲାଗ ମତେ କେବେ ମୀରା 

ତମେ ଲାସ୍ୟମୟୀ 

ତମେ ହାସ୍ୟମୟୀ 

ଚପଳ ଛନ୍ଦା ଗୋ 

ଅଭିମାନିନୀ ଗୋ 

ଏଵେ ତମେ ପୁଣି ନୂଆ ରୂପେ 

କେବେ ଶ୍ରିଲେଖା 

ଶୀପର୍ଣ୍ଣା କେବେ 

କାଦମ୍ବିନୀ ମହୁମଖା 

ତମରି ଭିତରେ 

ମୋ ପ୍ରାଣ ସ୍ପନ୍ଦନ 

ଅବିରତ ଖୋଜେ 

ଜିଜ୍ଞାସା ଆଉ ମୋ 

ଭିତରେ ଅନେକ ପିପାସା 

ମୁଁ ବୋଧହୁଏ ତୃଷ୍ନା ।


Rate this content
Log in