STORYMIRROR

Prakash Ranjan Parida

Others

3  

Prakash Ranjan Parida

Others

ଅରଣ୍ୟ ରୋଦନ

ଅରଣ୍ୟ ରୋଦନ

1 min
13.5K


ଅରଣ୍ୟ ରୋଦନ

---------------


ଯେଉଁ ଦିନ ମନ ଭିତରେ

ଭାଙ୍ଗିବ..ରହିବ… ରହିବ-ଭାଙ୍ଗିବ ହେଉଥିବା

ଧୈର୍ଯ୍ୟର ବାଲିବନ୍ଧ ଭୁଷୁଡି ପଡ଼ିବ

ସେଦିନ ନୂଆ ନଈଟିଏ ସମୁଦ୍ରର ଠିକଣା ଖୋଜିବ ।

ଅପ୍ରାପ୍ତିର ଇତିହାସରେ ଭରା

ଛାତି ତଳ ସ୍ତୁପୀକୃତ କୋହ ସବୁ

ଆଖିର ସୁପ୍ତ ନଈରେ ଧାର ହୋଇ ବହିଯିବ

ଅଜାଡି ହେବ ଠିକ ସେଇ ମୁହୂର୍ତ୍ତରେ ସାରା ଦୁନିଆଁରେ ଶାନ୍ତ୍ବନା

ତ’ ଅଟକି ଯିବ ଲୁହର ଧାର

ମନେ ହେବ ପୃଥିବୀ ଅପରିଚିତ ।

ଯନ୍ତ୍ରଣା ଯେଉଁଠି ଜୀବନର ଅନ୍ୟନାମ

ସେଇଠି ଶାନ୍ତି ସନ୍ଧାନ ହିଁ ଭିନ୍ନ ପୃଥିବୀର ଅନ୍ବେଷଣ

ସ୍ବପ୍ନ ବିମୁଖ ନୟନେ ସରେ ନାହିଁ ଏଠି

ନିଜ ବିରୁଦ୍ଧରେ ସଂଗ୍ରାମ । ।

....

Email:little.ranjan@gmail.com


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍