STORYMIRROR

Sarat Jal

Others

3  

Sarat Jal

Others

ଅପୁର୍ବ ଉପମା

ଅପୁର୍ବ ଉପମା

1 min
13.1K


ମନମୋର ପକ୍ଷୀଟିଏ ତୋମନ ଆକାଶେ

ଉଡିବାକୁ ଡେଣାଝାଡେ ସଂଜସକାଳେ ସେ ॥


ମନମୋର ଫୁଲଟିଏ ତୋହୃଦ ବଗିଚାରେ

ଫୁଟିବାକୁ ଇଚ୍ଛା ପ୍ରୀତିରଂଗ ନେଇ ଥରେ ॥


ମନମୋର ନଈଟିଏ ତୋପ୍ରେମ ଗଂଗାରେ

ମିଶିବାକୁ ଚାହେଁ ସିଏ ଜନ୍ମଜନ୍ମାନ୍ତରେ ॥


ମନମୋର ଗୀତଟିଏ ତୋମଧୁର କଣ୍ଠେ

ଗାଇବାକୁ ଅନୁମତି ଦେଇଛିଲୋ ତତେ ॥


ମନମୋର କାଗଜଟେ ଆଙ୍କିଦେ ତୋ ଛବି

ଛବି ଦେଖି ହୋଇବି ମୁଁ ରୋମାଣ୍ଟିକ୍ କବି॥


ମନମୋର ଚିଠିଟିଏ ତୋଘର ଠିକଣା

ଲେଖି ଦେଇ ଯାଆ ହେବିନାହିଁ ବାଟବଣା ॥


ମନମୋର ବାଲିଘର ଭାଙ୍ଗିବୁନି ଜମା

ବାରମ୍ବାର ମନେପଡେ ଦେଇଥିବା ଚୁମା ॥


ମନ ତତେ ମାନିଛି ମାନିନୀ ପ୍ରିୟତମା

ଦୁଇମନ ମିଳନଟା ଅପୁର୍ବ ଉପମା ॥


ଶରତ ଚନ୍ଦ୍ର ଜାଲି

ତା:୨/୮/୧୮


Rate this content
Log in