ଅପମାନ
ଅପମାନ
ଥରେ ଚାଲି ଗଲେ
ମାନ ସନମାନ
ମାନୀ ପାଏ ଅପମାନ
ମାନ ନ ତେଜିଲେ
ମାନୀ ଦୁର୍ଯ୍ୟୋଧନ
ଚାଲି ଗଲା ପିତୃ ପ୍ରାଣ ।
ସତୀର ସମ୍ପତ୍ତି
ଲଜ୍ଜା ମାନ ପ୍ରୀତି
କର ନାହିଁ ଅପମାନ
କୁରୁସଭା ତଳେ
ଲଜ୍ଜା ଉଲ୍ଲଂଘନ
ସହିଲେନି ଭଗବାନ ।
ନାରୀ ହେଇ ଯଦି
ଲଜ୍ଜା ନଚିହ୍ନିଲା
ପାଏ ନାହିଁ ସନମାନ
ଭାବିଲେ ଅଜ୍ଞାନୀ
ନିଜକୁ ବିଦ୍ବାନୀ
ପାଏ ବହୁ ଅପମାନ ।
ନାରୀ ଜୀବନ ତ
ସାର୍ଥକ ମାତୃତ୍ୱେ
ବାତ୍ସଲ୍ୟରେ ସରେ ଦିନ
ନଥିଲେ ସନ୍ତାନ
ସମଗ୍ର ଜୀବନ
ବନ୍ଧ୍ୟା ପାଏ ଅପମାନ ।
ଜ୍ଞାନ ଗାରିମାରେ
ଖେଳ ପଡ଼ିଆରେ
ହାରି ଗଲେ ବୀର ଯବାନ
ତୁଚ୍ଛ ଲାଗେ ପ୍ରାଣ
ପୂର୍ବ ସନମାନ
ଦେଶ ପାଏ ଅପମାନ ।
କୁସଙ୍ଗରେ ପଡ଼ି
ପୁଅ ଝିଅ ଯଦି
କୁକର୍ମରେ ଦେଲେ ମନ
ଯେତେ ମାନୀ ଧନୀ
ହେଇଥାନ୍ତୁ ଜ୍ଞାନୀ
ବାପ ପାଏ ଅପମାନ ।
ବାସୁଦେବ ପାଇଁ
ବସୁଦେବ ପୂଜ୍ୟ
ପୂଜୁ ଥାନ୍ତି ଭଗବାନ
ପିତା ଉଗ୍ରସେନ
ପୁତ୍ର ପାଇଁ ଶୁଣେ
ଯୁଗେ ଯୁଗେ ଅପମାନ ।
ମାନୀ ସିନା ରଖେ
ମାନର ମହତ
ବୁଝେ ମାନ ମୂଲ୍ୟବାନ
ଅକର୍ମା ଅଲଜ୍ୟାନ
କେମିତି ବୁଝିବ
କେତେ ନର୍କ ଅପମାନ ।
