Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bunee Tripathy

Others

4  

Bunee Tripathy

Others

ଅନ୍ତରତ୍ମାର ଉକ୍ତି

ଅନ୍ତରତ୍ମାର ଉକ୍ତି

1 min
279



ଯାଉଛି ଗୋ ପ୍ରିୟତମା

  ହେଇପାରେ ଶେଷ ଦେଖା

ଡାକୁଛି ମୋ ମାତୃଭୂମି

   କରିବାକୁ ତାକୁ ରକ୍ଷା।


ଦେଶର ସନ୍ତାନ ମୁହିଁ

  ଯାଉଛି ସୈନିକ ହୋଇ

ପରିବାର ନୁହେଁ ବଡ଼

   ଦେଶ ବଡ଼ ମୋର ପାଇଁ।


ମାଆର ସୁରକ୍ଷା ପାଇଁ

   ଦେଇପାରେ ମୁଁ ଜୀବନ

ବଳିଦାନ ନୁହେଁ ତ୍ୟାଗ

   ସହିଦ୍ ହେବାରେ ପୂଣ୍ୟ।


ଏ ଦେଶ ମାଟିରେ ଗଢା

   ମୋର ଏ ମାଟି ଶରୀର

ସହିଅଛି ପିଲାଦିନେ

    ଅଳି ଯେତେ ଥିଲା ମୋର।


ନୈତିକତା ଓ କର୍ତ୍ତବ୍ୟ

   ଜନ୍ମଭୂମି ପାଇଁ ମୋର

ଶତୃର କୃର ପରଶ

    ଛୁଇଁବନି ମା'କୁ ମୋର।


ଯଦି ମୋର ରଣକ୍ଷେତ୍ରେ

   ହୋଇଯାଏ ଯେବେ ମୃତ୍ୟୁ

ମୃତ୍ୟୁ ଆଗରୁ ନିଶ୍ଚୟ

    ବିନାଶ କରିବି ଶତୃ।


ବୀର ଦର୍ପେ ବୀରଗତି

   ଭାଗ୍ୟେ ଯୁଟେ ଯାହାର

ଲେଖାଥାଉ ମୋର ଭାଗ୍ୟେ

    ଡାକୁଛି ପ୍ରଭୁ ପୟରେ।


ଦୁଃଖ ନୁହେଁ ହସିହସି

   ଖୋଲିଦେବୁ ନିଜଶଙ୍ଖା

ମୁଣ୍ଡରୁ ସିନ୍ଦୂର ପୋଛି

    ଶୁଣିବୁ ବିଜୟ ଡଙ୍କା।


ମୋ ମରଶରୀର ଯେବେ

  ଆସିବ ତୋହରି ପାଶେ

ଦେଖିବୁଲ ପ୍ରିୟତମା

   ମୋତେ ସହିଦ୍ ବୀରବେଶେ।


ମାଆର ପଣତ ମୋର

   ଅଟେ ମୋ ଦେଶ ତ୍ରିରଙ୍ଗା

ଢାଙ୍କିଥିବ ମୋର ଦେହ

    ଜାତିର ରଙ୍ଗରେ ରଙ୍ଗା।


ଜଳୁଥିବ ଚିତା ମୋର

   ଜାତୀୟ ଯୁଇ ରୂପରେ

ଜନଗଣମନ ସ୍ବର

   ଶୁଭୁଥିବ ଉଚ୍ଚସ୍ବରେ।



Rate this content
Log in