STORYMIRROR

Biswanath Nayak

Others

3  

Biswanath Nayak

Others

ଅନ୍ତର୍ଦାହ

ଅନ୍ତର୍ଦାହ

1 min
19


ମାପି ପାରେ ଯିଏ

ସୂର୍ଯ୍ୟର ଜ୍ଵଳନ

ଅନ୍ତରର ଜ୍ଵାଳା ମାପି ପାରେନା,

ରବିର ଜ୍ଵଳନ

ଜଗତ ବିଦିତ

ଅନ୍ତରର ଜ୍ଵାଳା ନିଜସ୍ଵ ସିନା। 


ନିଜ ସ୍ଵାର୍ଥ ଲାଗି

ଜଳେନା ତପନ

ଜଳି ସେ କରଇ ଜଗତ ହିତ,

ନିର୍ଲିପ୍ତ ଭାବରେ

କର୍ମ କରେ ଯେଣୁ

ତେଣୁ ସେ ତାପରେ ନୁହେଁ ତାପିତ। 


ଆପଣାର ପାଇଁ

ସ୍ଵାର୍ଥ ଆଶା ରଖି

କର୍ମରେ ମଣିଷ ହୁଅଇ ଲିପ୍ତ,

ନ ପୁରିଲେ ଆଶା

ଫଳ ଅନ୍ତର୍ଦାହ

କରେ ସଦା ତାରେ ଶୋକ ସନ୍ତପ୍ତ। 


ଅହଙ୍କାର ଛାଡ଼ି

ନିରାସକ୍ତ ଭାବେ

ଜଗତର ହିତେ କରିଲେ କର୍ମ,

ଆପଣାର କର୍ମ

କର୍ମଯୋଗ ହୁଏ

ଲାଗେନାହିଁ ତାପ ସୂରୁଯ ସମ। 


ଦିନମଣି ପ୍ରାୟ

ତେଜି କର୍ତ୍ତାପଣ

ନିଜର ସ୍ଵଧର୍ମ କଲେ ପାଳନ,

ଜୀବନ ଯୁଦ୍ଧରେ

ପରାଜିତ ନୋହି

ସାଜିବ ମଣିଷ ବୀର ଅର୍ଜୁନ। 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍