ଅନେକ ନିରବତା ପରେ
ଅନେକ ନିରବତା ପରେ
1 min
27.2K
ଅନେକ ନିରବତା ପରେ
ଆଜି ତୁମ ପ୍ରେମର ଉପପାଦ୍ୟ
ପିଆଲାରେ ପିଆଇଲା
ଦେଲା ଏକ ଅନନ୍ୟ ସ୍ଵାଦ ,
ଘୁଂଚିଗଲା- ଯେତେ ଥିଲା
କ୍ଷୁବ୍ଧ ଅବସାଦ ।।
ତୁମେ ଦୂର ନଳବଣ
ମୋ ପାଖେ ଅପହଞ୍ଚ
ତୁମ ବ୍ୟାଗ୍ ଭର୍ତ୍ତି ଭିବିଷ୍ୟ ଠିକଣା ,
କାହିଁ ସାଇବେରିୟାର
ତୁଷାରାବୃତ ନୀଳ ଜଳରାଶି
ପକ୍ଷ ମୋର ହୁଏ ବାଟବଣା ।।
ସମୟ କି' ଏଡିକି ନିର୍ବୋଧ
ବୁଝେ ନାହିଁ , ପ୍ରେମ ପରିଭାଷା ,
ବୁଝେ ନାହିଁ , ଯୁଗଳ ବନ୍ଦିର
ତୃଷିତ ଜିଜ୍ଞାସା ଅବା
ଅହରହ ଜଳୁଥିବା
ଅତୃପ୍ତ ପିପାସା ।।
ଏବେ ସବୁ ସ୍ବପ୍ନମୟ
ସ୍ବପ୍ନମୟ ନିବିଡ ଆକାଶ
ଜୀଇବାର ନିରାସକ୍ତ
ଗଭୀର ଆଶ୍ଳେଷ,
ଅନାହତ ଚେତନାକୁ
ଆଚ୍ଛାଦିତ କରି, ଭିଜୁଥାଏ
ଅବଶିଷ୍ଟ ବାକି ଥିବା
ନିର୍ଜଳା ଆୟୁଷ ।।
ଶ୍ରଦ୍ଧାର ସହ
ଭକ୍ତ ଚରଣ ମଲ୍ଲ
23rd October 2017.
