STORYMIRROR

Satyaprakash Sethy, M. A(UGC NET)

Others

5.0  

Satyaprakash Sethy, M. A(UGC NET)

Others

ଅକଲ ମୁଣ୍ଡା

ଅକଲ ମୁଣ୍ଡା

1 min
14.3K


ସମସ୍ତେ ଧାଆଁନ୍ତି ଆତ୍ମ ପରିଚିତି

ଅର୍ଥ ଯୌବନ ଲାଳସେ

ପଦ ପଦବୀରେ ସୁଉଚ୍ଚ ସୋପାନ

ନଥାଉ ମାନବତା ସେ ।।

ହେଲେ ସବୁଠାରୁ ଖୁସିର ମଣିଷ

ଭୂ'ରେ ସେହୁ ଏକ ଜନ

ଯିଏ ବୁଝେ ନାହିଁ ଏସବୁର ମୂଲ୍ୟ

ବୁଝିଛି ସେ ଭଗବାନ।।

ଧନ ଦଉଲତେ ନାହିଁ ପ୍ରୟୋଜନ

ସର୍ବେ ଯିବେ ଏକା ପରି

ନଥିବେ ସାଥୀରେ ସଖା ପରିଜନ

ଶେଷେ ଥିବେ ଏକା ହରି।।

ସବୁତ ବୁଝୁଛି ନବୁଝି ସିଝୁଛି

ବୁଝିବାର ଢଙ୍ଗ କରି

କେତେ ଯେ ନାଟକ ନିତି ଭିଆଉଛି

ମିଛେ ମାୟା ମୋହେ ପଡ଼ି।।

ଏଥକୁ କାଳିଆ ତୁ ଏକା ଭରସା

ଦେ' ଟିକେ ଅକଲ ମୁଣ୍ଡା

ବଙ୍କା ତେଢା ତକ ହୁଅନ୍ତୁ ଯେ ସିଧା

ସୁଧୁରି ଯାଆନ୍ତେ ହୁଣ୍ଡା।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍