STORYMIRROR

Satyaprakash Sethy, M. A(UGC NET)

Others

3  

Satyaprakash Sethy, M. A(UGC NET)

Others

ଆଶୟ

ଆଶୟ

1 min
362


ସ୍ତ୍ରୀରି ଛୁଆ ପିଲା ହେଲେଣି ଖପ୍ପା

ଘରେ କେଟେ କେଟେ ନିତି

ସମୟଟା ଯାଏ କେଉଁ ବାଟେ ଚାଲି 

ହିସାବ ପରେନି ରଖି।।

ଲେଖିଲେ କି ଅବା ମିଳବ ଉପାଧି

କେଉଁଟା ହୁଏନି ସିଧା

ତେଣୁ ପରା ମୋର ସବୁ କାମ ବେଙ୍ଗା

କବିତା ପସରା ମେଲା।।

ଲେଖିଲେ ବା କେହି ପଢ଼ନ୍ତେ କି ଭଲା

ପଢିବେ ନାହିଁ ସେ କେହି

ମତାମତ ପାଇଁ ଫେସ୍ ବୁକ୍ ପାଲା

ମତ କାହିଁ ମିଳେ ନାହିଁ।।

ପ୍ରେସ୍ ବାଲା ତାହା ପ୍ରେସ୍ କରେ ନାହିଁ

ପତ୍ରକାର ଛାପେ ନାହିଁ

ମୁଁ କାହିଁ ଲେଖିବି ସମୟ ସାରିବି

ଚିଡ଼ା ଲାଗିଲାଣି ଭାରି।।

ଆଶୟ ଯେ ଆଉ ନାହିଁ ମୋର ମନେ

ଗର୍ବ ହେଲାଣି ତ ଖର୍ବ

ଆଶୁଗ ପ୍ରାୟତଃ କବିତ୍ଵ ମୋ ଆଜି

ପାଳେ ଲେଉଟାଣି ପର୍ବ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍