Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Pratima Satpathy

Children Stories

3  

Pratima Satpathy

Children Stories

ଆସ ଆମେ ଶପଥ ନେବା

ଆସ ଆମେ ଶପଥ ନେବା

1 min
169



ଆମେ ପୃଥିବୀର କୁନି କଳିକା କଢି

ସ୍ନେହ, ଶ୍ରଦ୍ଧା ଆଦରରେ ଯିବାରେ ବଢି

ପିତା ମାତା ଗୁରୂଜନେ କରିବା ଭକ୍ତି

ମିଠା କଥା କହି ତାଙ୍କୁ ଦେବାରେ ଶାନ୍ତି l

ଭଲ ପାଠ ପଢି ହେବା ଭଲ ମଣିଷ

ଦେଶ ବାସୀଙ୍କ ମୁହଁରେ ଭରିବା ହସ

ଶିଶୁ ଆମେ ସରଳ ସୁନ୍ଦର ନିଷ୍ପାପ୍

ଦେଶ ରକ୍ଷା କରିବାକୁ ନେବା ସଂକଳ୍ପ l

ଆମେ ସବୁ ଶିଶୁ ଦେଶର ଭବିଷ୍ୟତ

ଜୀବନ ଦେଇ ରଖିବା ମାନ ମହତ

ଦୟା କ୍ଷମା ଶାନ୍ତି ମୈତ୍ରୀ ଆମ ଭୂଷଣ

କରି ବାନି କେବେ ହେଲେ ଖରାପ କାମ l

ଦେଖିବା ନି, ଶୁଣିବା ନି ଖରାପ କଥା

ଗାନ୍ଧୀଙ୍କ ତିନି ମାଙ୍କଡ ପାଇଛେ ଶିକ୍ଷା

ପ୍ରଗତି ପଥେ ଆଗେଇ ଯଶ ରଖିବା

ଡ଼ାକ୍ତର, ବୈଜ୍ଞାନିକ, ଅଧ୍ୟାପକ ହେବା l

ଗାନ୍ଧୀ, ଗୋପବନ୍ଧୁ, ଆଉ ସୁଭାଷ ବୋଷ

ଅମର ହୋଇଣ ରଖି ଅଛନ୍ତି ଯଶ

ଆମ ପରି ଛୋଟ ଥିଲେ ଧରମା,ବାଜି

ଦେଶ ପାଇଁ ଦେଲେ ନିଜ ଜୀବନତେଜି l

ଜାତି ପ୍ରିତି ଦେଶ ଭକ୍ତି ତାଙ୍କଠୁ ଶିଖି

ଶତ୍ରୁ ମୁକାବିଲା କରି ନ ଯିବାଶଙ୍କି

ପ୍ରଦୂଷଣ ବଢୁ ଅଛି ଆମ ଦେଶର l

ଗଛ ପୋତି ପରିବେଶ କୁ ପରିଷ୍କାର

ପରିଚ୍ଛନ୍ନ ରଖି ରୋଗ ଦେବା ଦୂରେଇ

ହସିବ ଭାରତ ମାତା ଛାତି ଫୁଲେଇ l


Rate this content
Log in