ଆନ୍ତର୍ଜାତୀୟ ଜୀବ ବିଭିଧତା ଦିବସ
ଆନ୍ତର୍ଜାତୀୟ ଜୀବ ବିଭିଧତା ଦିବସ
1 min
300
ଉଦ୍ଭିଦ ଆଉ ସେ ପ୍ରାଣୀ ଜଗତ ଯେ
ଅତି ବିପଦ ସଙ୍କୁଳ
ପ୍ରତିକୂଳ ଯେଣୁ ପରିବେଶ ପରା
ହନ୍ତସନ୍ତ ପ୍ରାଣୀ କୂଳ ।1।
ବାୟୁ ମଣ୍ଡଳର ପରିବର୍ତ୍ତନେ ହିଁ
ଭୂଭାଗ ବଦଳି ଯାଏ
ଜୀବନ ଧାରଣ ସହଜ ହେଉନି
ସବୁ ଅସଜଡା ସିଏ ।2।
କେତେ କେତେ ଜୀବ ସମୂଳେ ବିନାଶ
ପାଉ ନାହିଁ ତା’ର ମୂଳ
ଜୀବ ଜଗତର ବିବିଧତା ଗୁଣ
ମିଳୁନାହିଁ ଥଳ କୂଳ ।3।
ଆସ ମିଳିମିଶି ସଜାଡି ବସିବା
ନିଜେ ନିଜ ପରିବେଶ
ନୋହିଲେ ବିନଷ୍ଟ ହେବ ସେ ଦିନେ ତ
ସ୍ରୁଷ୍ଟି ହେବ ସର୍ବନାଶ ।4।
