STORYMIRROR

Satyaprakash Sethy, M. A(UGC NET)

Others

3  

Satyaprakash Sethy, M. A(UGC NET)

Others

ଆନ୍ତର୍ଜାତୀୟ ଜୀବ ବିଭିଧତା ଦିବସ

ଆନ୍ତର୍ଜାତୀୟ ଜୀବ ବିଭିଧତା ଦିବସ

1 min
306

ଉଦ୍ଭିଦ ଆଉ ସେ ପ୍ରାଣୀ ଜଗତ ଯେ

ଅତି ବିପଦ ସଙ୍କୁଳ

ପ୍ରତିକୂଳ ଯେଣୁ ପରିବେଶ ପରା

ହନ୍ତସନ୍ତ ପ୍ରାଣୀ କୂଳ ।1।


ବାୟୁ ମଣ୍ଡଳର ପରିବର୍ତ୍ତନେ ହିଁ

ଭୂଭାଗ ବଦଳି ଯାଏ

ଜୀବନ ଧାରଣ ସହଜ ହେଉନି

ସବୁ ଅସଜଡା ସିଏ ।2।


କେତେ କେତେ ଜୀବ ସମୂଳେ ବିନାଶ

ପାଉ ନାହିଁ ତା’ର ମୂଳ

ଜୀବ ଜଗତର ବିବିଧତା ଗୁଣ

ମିଳୁନାହିଁ ଥଳ କୂଳ ।3।


ଆସ ମିଳିମିଶି ସଜାଡି ବସିବା

ନିଜେ ନିଜ ପରିବେଶ

ନୋହିଲେ ବିନଷ୍ଟ ହେବ ସେ ଦିନେ ତ

ସ୍ରୁଷ୍ଟି ହେବ ସର୍ବନାଶ ।4।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍