ଆହତ ହୃଦୟ
ଆହତ ହୃଦୟ
1 min
13.5K
କଥା ଥିଲା ହେବା ନାହିଁ ଅଲଗା ଆସୁ ଯେତେ ଘାତ ପ୍ରତିଘାତ
ପ୍ରେମ ରାଇଜରେ ଯେବେ ଆସିଲା ମନୁଷ୍ୟ କୃତ ଦୁର୍ବିପାକ
ତୁ ହୋଇଗଲୁ ପରାଜିତ ମୁଁ ହେଲି ଅନେକ ଆହାତ...
ଆମ ସମ୍ପର୍କର ସେତୁଟି ବୋଧହୁଏ କମଜୋରଥିଲା
ସେଥିପାଇଁ ହୁଏତ ଏତେ ସହଜେ ଭାଙ୍ଗିଗଲା
ସମାଜର ନିୟମ କାନୁନ୍ ମେଘନାଦ ପ୍ରାଚିର ସାଜିଲା...
ଜୀବନର ରାଜ ରାସ୍ତାରେ ମୁଁ ପାଇଚି ପାଗଳର ପରିଚୟ
ଯେବେଠୁ ତୋ ପ୍ରେମରେ ଭାଙ୍ଗିଛି ଏ ହୃଦୟ
ଜାଣେନି କେବେ ଏ ଦୁନିଆରୁ ହେବ ମୋ ବିଦାୟ....
ତୋ ପଥକୁ ଚାହିଁ ରହିଛି ଅପଲକ ନୟନରେ
ଆଜି ବି ସ୍ୱପ୍ନ ଦେଖେ ତୋତେ ଶୟନେ ସପନରେ
ଜାଣିଛି ତୁ କେବେ ଫେରିବୁ ନାହିଁ ତଥାପି ତୋତେ ଏ ମନ ଝୁରେ....
ଦିବ୍ୟଜ୍ୟୋତି ମହାନ୍ତି
କ୍ଟ୍ରଷ.ଦ୍ଭକ୍ଟ-୭୩୭୭୫୧୦୨୫୪
Email-mikunmohanty63@gmail.com
