ହସି ଉଠିଲାଣି ସୁନୀଳ ଆକାଶ ଫୁଟିଲାଣି ନୀଳ କଇଁ ପ୍ରୀତିର ସହରେ ଚନ୍ଦ୍ରମା ହସୁଛି ଜୋଛନା ଦେଉଛି ଛୁଇଁ I
ବଗିଚା ବାଡ଼ି, ରାସ୍ତା ଘାଟ ନଈ ପଠା, ବିଲ ପାଟ ଚାରିଆଡ ଖିଲି ଖିଲି ହସି ଉଠେ ॥
ସବୁଜ ଶାଢୀରେ ସଜେଇ ହୋଇଛି ସୁନ୍ଦର ଧରିତ୍ରୀ ରୂପ କାଶତଣ୍ଡୀ ବଣେ ଖୁସି ମନାଉଛି
ଧବଳ ଫର ଫର ବଗର ସମ, ହଲି ହଲି ଝୁଲି ଝୁଲି କରୁଥାଏ ପ୍ରକୃତିକୁ କୋଟି ପ୍ରଣାମ |
ଅଜସ୍ର ଭରଷା ଆଶା ଆଶ୍ବାସନା ହୃଦୟେ ହୋଇବ ଜାତ। ମଙ୍ଗଳର ଗାନ ଆରତୀର ସ୍ବନ ଗାଇବ ସାରା ଜଗତ।
ରଙ୍ଗ ବେରଙ୍ଗର ତୋରଣ ସଜା ମନ ମୋହିନିଏ ଲାଗେ କିମଜା। କର ଯୋଡ଼ିମା’ ଗୋ’ କରେ ଜଣାଣ ଦୂର କର ଦେଶୁସବୁକଷଣ।