STORYMIRROR

Sarojini Behera tiki

Romance

3  

Sarojini Behera tiki

Romance

ସ୍ମୃତି

ସ୍ମୃତି

1 min
359

ନୟନର ଅଶ୍ରୁ ଯମୁନା ସାଜୁଛି

ପଥ ମୋର କଣ୍ଟକିତ

ଆଶା ମୋର ସବୁ ଅବଶୋଷ ଖୁଣ୍ଟି

ସ୍ମୃତି ହୋଇଲା ଅତୀତ।

ଅଧରର ହସ ଅବଲୁପ୍ତ ସାଜି

ନୀରବତା କରେ ରକ୍ଷା

ଭୂକମ୍ପ ସନ୍ଦେହ ହୃଦୟ ଭାଙ୍ଗିଲା

ବିରହୀଟେ ଦେଇ ଆଖ୍ୟା।

ପ୍ରେମ ବାରି ବିନୁ ଜୀବନ ମରୁଡି

ସବୁଜିମା ହେଲା ହ୍ରାସ

ପ୍ରିୟା ଗଲା ଦିନୁ ଶୁଷ୍କ ତନୁ ମନ

ପ୍ରୀତି ହେଲା ଅବଶୋଷ।

ଖରସ୍ରୋତା ସାଜି ବହିଲୁ ଜୀବନେ

ପ୍ରେମ ବନ୍ୟା ସାଥେ ନେଇ

ଅବିଶ୍ୱାସ ତେଜ୍ଵ ବାଷ୍ପୀଭୂତ ହୋଇ

ନଦୀକୁ ଦେଲା ଶୁଖାଇ।


ഈ കണ്ടെൻറ്റിനെ റേറ്റ് ചെയ്യുക
ലോഗിൻ

More english poem from Sarojini Behera tiki

ସ୍ମୃତି

ସ୍ମୃତି

1 min വായിക്കുക

Similar english poem from Romance