ବିବଶତା
ବିବଶତା
ମୁଁ ଖୋଜି ଖୋଜି ନୟାନ୍ତ ଗୁଗୁଲ୍ , ଅଭିଧାନ
ପଚାରି ପଚାରି ଥକତ ବିଶିଷ୍ଟ ଗୁଣିଜ୍ଞାନୀ ଜନ;
ଅଭିଧାନେ ବା ଗୁଗୁଲ୍ ଯାହା ଲେଖା ଅବବୋଧ
ଗୁଣିଏ କହିଲେ ଯାହା ବର୍ଣ୍ଣବୋଧ ଵା ମନବୋଧ ।
ତେବେ କ'ଣ ୟା'ର ଅର୍ଥ ମୁଁ କି ସ୍ୱାଧୀନ!
ତେସ୍ତରୀ ତମ ଦିବସେ ଏବେବି ଅଧୀନ;
କେବେ ବୋଉର ଆକଟେ ବା ବାପାଙ୍କ ଶାସନ
ସ୍ୱାମୀର ନାଲି ଆଖି ତାଗିଦା ଶାଶୁଘର କଷଣ ।
ନିଛାଟିଆ ହେଉ କି ଜନ ଗହଳି ଘୋ ଘା ସ୍ଥାନ
ମୁଁ ଯିବାରେ ଭୟ ଜଗଡେ ଥରେ ମୋ ପରାଣ
ଅଧାଜଳ ସିଗାରେଟ୍ ବୁଦାମୂଳେ ଆକାଶେ ଶ୍ବେନ
ଟେକିନେଇ ଖୀନ୍ନ ଭିନ୍ନ କରିଦେବେ ନିର୍ଦ୍ଦୟ ଛଞ୍ଚାଣ ।
ନା ଘରେ ନା ବାହାରେ ଅଛି ମୋ ପରିଚୟ,
କାମ ବେଳକୁ,ପାଳିବାକୁ ଲୋଡ଼ା ମୋ କାରଣ;
ଅହରହ ଖଟିଲେ ବି ମୋର ସବୁ ମୂଲ୍ୟହିନ
ଦେହଟା ଯାହା ଖୋଜା ସମାଜ ସ୍ୱୀକୃତି ଧର୍ଷଣ ।
ଶୈଶବେ ଏଇଟା ଠିକ, ଭୁଲ କରିବୁନି ଧନ
ଶାଶୁଘରେ ବୋହୂଟା ପାଇଁ ତ ଯେତେ ସମ୍ବିଧାନ;
ପୁଅବୋହୂ କାଳେ ତୁଚ୍ଛା ଅଚଳି ପାଞ୍ଚଶ ନାରଣ
ଛାଡିଦିଅ ବୃଦ୍ଧାଶ୍ରାମେ ଝୁରି ଝାରି ଯାଉ ତା ଜୀବନ !
ତେବେ ବି କଣ ତୁମେ କହିବ ମୁଁ ଆଜି ସ୍ୱାଧୀନ !
ମୋର ଗୋଟେ ଇଛା ଅଛିଅଛି ମୋ ସ୍ୱାଭିମାନ !
ଧର୍ଷିତା କଷିରୁ, କେବେ ଅଲୋଡ଼ାମା ଗର୍ଭରୁ ହିନିମାନ
ପାଇଯିବ କୁକୁର ମୁହୁଁ ବା ଡଷ୍ଟବିନ୍ ରୁ କଅଁଳ ଜୀବନ ।
କେଉଁ ଅଙ୍ଗ ଫାଟି ରକ୍ତ ପଡୁଥିବ ଝରି ଧର୍ଷିତା, ପିଡିତା
ଅବୈଧ ସନ୍ତାନ ମା', ବନ୍ଧ୍ୟା, ପୁଣି ବୈଧବ୍ୟଶୂନ୍ୟତା;
ବାକ୍, ମନ,ହୃଦ,ଆତ୍ମାର ମୋ କେବେ ନାହିଁ ସ୍ୱାଧୀନତା
ଆଦ୍ୟ ଓଁ କାର, ସ୍ରଷ୍ଟା ଯେ ଦେଖ ତ ମୋ କି ବିବଶତା!