Writing is my passion.Pen is my best friend.
Share with friends
ତୁମେ ତ ନୀରବ ରହିବାକୁ କହିଲ ସେ ବି କହିଲା "ଜୀ ହଜୁର୍" ହେଲେ ଯେବେ ସେ ବିନା ଦୋଷରେ ଦୋଷ ପରେ ଦୋଷ ସହି ପାଷାଣ ହୋଇଗଲା...! ସେତେବେଳେ ତୁମେ ଯଦି ତୁମର ପାରିବା ପଣିଆ ଦେଖେଇ ଭଲ ପାଇବା ଭରା ପରଶ ଟିକେ ଦେଇଥାଆନ୍ତ.... ସେ କାହିଁକି ଆଉ କାହାର ଅପେକ୍ଷାରେ ଥାଆନ୍ତା ଯେ.. ପାଷାଣରୁ ପୁଣି ଅହଲ୍ୟା ହେବା ପାଇଁ !!
ଜଳିବାର ଇଚ୍ଛା ନ'ଥିଲା ଜଳିବା କଷ୍ଟକୁ ସହିବାକୁ 'ଜୁ' ବି ନ'ଥିଲା ଖାଲି ସଳିତାର ଜଳିବାରେ ସେ ପାଉଥିବା ସାବାସୀ ପ୍ରତି ଈର୍ଷା ଥିଲା। ହେଲେ ଫରକ୍ ଏତିକି ଥିଲା ସେ ଅନ୍ୟକୁ ଆଲୋକ ଦେବାକୁ ଜଳୁଥିଲା ଆଉ ମୁଁ ସେ ସବୁ ଦେଖି ପରଶ୍ରୀକାତରରେ!!!
ଭାବ ବିନୋଦିଆ ଭାବର ଠାକୁର ଭାବ ବୁଝିଲନି କିଆଁ ଭାବକୁ ଅଭାବ ହୋଇଲ ଗୋସେଇଁ ଭାବି ଫାଟେ ମୋର ହିଆ। ଭାବନାରେ ତୁମକୁ ସଜେଇବି ଆଜି ନାଗାର୍ଜୁନ ବେଶ କରି ଦେଖିବି କେମିତି ଜିଦିଖୋର ତୁମେ ଭାଙ୍ଗିବ ଆଣ୍ଟ ତୁମରି।
ମୁଁ କୁ ମୋ ଭିତରେ ହଜେଇ ଦେବି ବୋଲି ସ୍ଥିର କରୁ କରୁ ଆଉ କିଏ ଜଣେ ଆସି କହିଲା ଚାଲ ଦୁଇଜଣ ମିଶିକି ହଜିବା ଆଉ ସିଏ ଜଣକ ହେଉଛ ତୁମେ...।
ଜୀବନର କିଛି ଘଟଣାକୁ ଦୁଃସ୍ଵପ୍ନ ଭାବି ଭୂଲିବାକୁ ଚେଷ୍ଟା କଲେ ବି ନିସ୍ତବ୍ଧତାରେ ସେମାନେ ଆସି ଆଖିର କବାଟକୁ ଠକ୍ ଠକ୍ କରି ପୁଣି ଶାନ୍ତିର ନିଦ୍ରାକୁ ନିଜର କରିବାକୁ ଚାହାଁନ୍ତି.... ନା ଏ ଉତ୍ତର ସେ ସ୍ଵପ୍ନ ମାନଙ୍କ ପାଖରେ ଅଛି ନା ନିଦ ବି ଦେଇ ପାରୁଛି ସେ ଆପଣାପଣର କାରଣ...
ଜୀବନ୍ତ ସମ୍ପର୍କ ମାନଙ୍କର ତିଳ ତର୍ପଣ ଦେଲା ପରେ ପୁଣି ଅମୃତର ବିନ୍ଦୁ ସିଞ୍ଚନ କରି ସେହି ସମ୍ପର୍କର ଅମରତ୍ଵ କାମନା କରିବାର ପ୍ରକୃତ ମାନେ ଲୁଚି ରହିଥାଏ ପ୍ରଚ୍ଛଦପଟରେ କିଛି ସ୍ଵାର୍ଥନ୍ଵେଷୀ କାରଣ।।