ସିନ୍ଦୂର ଜଳକା ହୋଇଲି ତା ରୂପ ଦେଖିଲି ଥିଲା ସେ ଅତୀତ ସ୍ମୃତି ଦେଖା ହେବ କେବେ ଭାବି ତ ନଥିଲି ମୋ ଜୀବନର ସେ ଇତି ଖୁସି ହୋଇଗଲା ପାଖକୁ ଆସିଲା କହିଲା କୁହ କୁମାର ତୁମେ ମୋ ଆରମ୍ଭ ତୁମେ ମୋର ଶେଷ ପିନ୍ଧାଇ ଦିଅ ସିନ୍ଦୂର
ଯାବୁଡି ବସିଛି ମୋ ପ୍ରିୟା ଝରଣା ପଠାରେ ଚାହିଁଛି ପ୍ରେମ ଚାହାଣୀ ଖୁସି ହୋଇଯାଏ ଡାକିଦିଏ ଯେବେ ତୁ ଅଟୁ ମୋର ବାୟାଣୀ କୁଳୁ କୁଳୁ ହୋଇ ଯାଏ ବୋହି ବୋହି ପର୍ବତ ଶିଖରୁ ଗଡି ଆସିଗଲେ ମୁହିଁ ଦେଲେ ତାକୁ ଚାହିଁ ଧରିବ ମତେ ଯାବୁଡି
ବିମୋହିତ ଗୋଲାପ ଦିବସ ହେବି ମୁଁ ହରଷ ଜାଣିଛ କି କାହିଁ ପାଇଁ କାହାର ପରଶ ବିମୋହିତ ହସ ଆସୁଅଛି ଦେଖ ଧାଇଁ ନାନା ରକମର ଗୋଲାପ ସାଥୀରେ ମନ ଲୋଭା ସେ ତରୁଣୀ ରଚିବି ଶୃଙ୍ଗାର ଅତି ଆନନ୍ଦରେ ସାଜନ୍ତାକି ମୋର ରାଣୀ
ଅପରୂପା ଗଢିଲା କିଏସେ ଏମିତି ସଂପର୍କ ତୁମ ଆଉ ମୋ ଭିତର ଦେଖ ବାର ମାସେ ଲାଗିରହେ ତର୍କ ମିଳେଇ ଯାଏ ଶୂନ୍ୟରେ ତୁମେ ଅପରୂପା ସୁଗନ୍ଧ କବିତା ଓଦା କର ହୃଦ ବନ ମଖମଲ୍ଲୀ ଚମ୍ପା ହେ ମୋର ସଳିତା ଭାଙ୍ଗ ନାହିଁ କେବେ ମନ
ପ୍ରସ୍ଥାବ ଗ୍ରହଣ କରିବ ମୋର ପ୍ରସ୍ଥାବକୁ ଅମଙ୍ଗ ଜମା ନହେବ ଭାବିଛି ତୁମକୁ କରିବି ନିଜର ପ୍ରେମରେ ଡୁବାଇ ଦେବ ଇତିହାସ ହେବ ଆଜିର ରଚନା ମୋର ଭାବ ଧାରା ଦେଖି ଚମକିବେ କେହି ମୋ ସଂଗୀତ ଶୁଣି କାମ ବାଣ ଯିବେ ଶିଖି
ଅଭୁଲା ସ୍ମୃତି ଚାଲିଯିବି ଯେବେ ଝୁରି ହେବୁ ସେବେ ଶୁଣିଥା ଗୋଟିଏ କଥା ନିରେଖି ଦେଖିବେ କୋକେଇରେ ନେବେ ପିଟିବୁ ନାହିଁ ତୁ ମଥା ମନର କଥାକୁ ଖୋଲିବି କାହିଁକି ବିଧାତା ମନା କରଇ ଅଭୁଲା ସ୍ମୃତିକୁ ସଙ୍ଗତେ ନେଇକି ଶୋଇବି ଜୁଈରେ ଯାଇ
ଦିନେ ଆସିଥିଲା ପ୍ରେମିକା ସାଜିଲା ଝଟକିଲା ମୋ ନଅର ।। ଛାଡି ଚାଲିଗଲା ମତେ ସେ ଭୁଲିଲା କିଏ ସାହା ଆଉ ମୋର।। ଗଢିଥିଲି ମୁହିଁ ତା ପାଇଁ ଉଆସ ରାଜ ଯେମା ସିଏ ଥିଲା ଅଧା ବାଟେ ରହି କରି ଅବିଶ୍ବାସ ମୋ ପ୍ରେମକୁ ଜାଳିଦେଲା
ରାଜ ଜେମା ମଳି ଛଡାଉଛି ଗାଧୁଆ ତୁଠରେ ନିରିମାଖି ପ୍ରିୟତମା ନଦୀଟି ହସୁଛି ତାର ପଠା ଧାରେ ଧନ୍ୟ ହେଲି ରାଜ ଜେମା ଉଆସ ପୋଖରୀ ଅଥୟ ହେଉଛି କି ଦୋଷ କରିଛି ମୁହିଁ ଆଲୋ ସୁକୁମାରୀ ରାଣୀ ମହୁମାଛି ତା ପ୍ରେମେ ପଡିବୁ ନାହିଁ