Samita Swain
Literary Brigadier
AUTHOR OF THE YEAR 2021 - NOMINEE

265
Posts
1
Followers
0
Following

କବିର ଜୀବନ ସବୁଜ ସୋପାନ ବିନା ବରଷାରେ ହୁଏ ପ୍ଲାବନ।। ଲଙ୍ଘିଯାଏ ଗିରି ଦୁର୍ଗମ ପାଷାଣ ନ ମାନଇ କିଛି ବାଧା ବନ୍ଧନ। ଫର୍ଦ୍ଦେ କାଗଜରେ ଚେତନାର ପୁଷ୍ପ କେବେ କଳ୍ପନା ଓ କେବେ ବାସ୍ତବ କେବେ ହଜି ଯାଏ ଆଳାପର ସୁରେ ଆଙ୍କେ ଇନ୍ଦ୍ରଧନୁ ବର୍ଣ୍ଣ ବିଭବ।।

Share with friends

ସାହିତ୍ୟ କାନନେ ଭାଷାର ବୈଶିଷ୍ଟ୍ୟ ଭାବନା ର ପ୍ରତିରୂପ ଦିବ୍ୟ ପ୍ରତିଭାର ଶ୍ରେଷ୍ଠ ଅଭିବ୍ୟକ୍ତି କଳାର କୋଣାର୍କ ସ୍ତୁପ।। ଉତ୍କଳର ବ୍ୟାସ ଶ୍ରୀ ସାରଳା ଦାସ ସାରସ୍ବତର‌ ସାଧକ ଓଡ଼ିଆ ଭାଷାର ସମୃଦ୍ଧି ନିମନ୍ତେ ଆଲୋକର ସ୍ତମ୍ଭଏକ।। **ସମିତା**

ଆଲୋକ ପର୍ବ ଦୀପାବଳି ଆଜି ଦୀପଟିଏ ଦିଅ ଜାଳି ଏସାରା ସଂସାରେ ଶାନ୍ତିର ଆଲୋକ ସଦା ଜଳୁ ଶିଖା ତୋଳି।। ଗର୍ବ ଅଂହମିକା ନରହୁ ମନରେ ଜଳିଯାଉ ପାପସବୁ ଜ୍ଞାନର ଆଲୋକ ଉଦ୍ଭାସିତ ହେଉ ଏଇ ତମୋମୟୀ ଭବୁ।। 💥👨‍👩‍👧‍👧ସମିତା💥

ଭାବ ସମର୍ପଣ ଭକ୍ତିଶକ୍ତି ସ୍ରୋତ ତନ୍ମୟତା ଆବାହନ ଶ୍ରଦ୍ଧା,ବିଶ୍ବାସରେ ଅଟେ ମହାଦୀପ ଆଧ୍ଯାତ୍ମିକର ଦର୍ଶନ।। ସତ୍ଯ ଅସତ୍ଯର ସଂଘର୍ଷ ମଧ୍ଯରେ ଦୈବୀଶକ୍ତିର ବିଜୟ ଦମନ ହୁଅଇ କାମ,କ୍ରୋଧ,ମୋହ, ଦାନବର ପରାଜୟ।। 🙏ସମିତା🙏

ଭାବ ସମର୍ପଣ ଭକ୍ତିଶକ୍ତି ସ୍ରୋତ ତନ୍ମୟତା ଆବାହନ ଶ୍ରଦ୍ଧା,ବିଶ୍ବାସରେ ଅଟେ ମହାଦୀପ ଆଧ୍ଯାତ୍ମିକର ଦର୍ଶନ।। ସତ୍ଯ ଅସତ୍ଯର ସଂଘର୍ଷ ମଧ୍ଯରେ ଦୈବୀଶକ୍ତିର ବିଜୟ ଦମନ ହୁଅଇ କାମ,କ୍ରୋଧ,ମୋହ, ଦାନବର ପରାଜୟ।। 🙏ସମିତା🙏

ଆଧ୍ଯାତ୍ମିକ ଅନୁଚିନ୍ତନେ ଅମୃତ ଲଭିବା ଜୀବନେ। କର୍ତ୍ତବ୍ୟ ଆମର କରିବା ଭାଇଚାରା ଭାବ ରଖିବା। ମମତା ମୈତ୍ରୀର ବନ୍ଧନ ସୂଚାଏ ସଂପର୍କ ଦର୍ଶନ । ତ୍ଯାଗ ଓ ଆଦର୍ଶ ବଳରେ ସ୍ଥାନ ସବୁବେଳେ ଉଚ୍ଚରେ। ମାନବ ଜୀବନ ଦୁର୍ଲ୍ଲଭ ସୃଷ୍ଟିର ଅପୂର୍ବ ବିଭବ। ❤️ସମିତା❤️

ମନ ବାଲିଘର ଶୂନ୍ଯ ଏ ସଂସାର ବନ୍ଧୁର ଚଲାପଥ ବଦଳି ଯାଉଛି ସଂପର୍କ ର ଭାଷା ଫଗୁଣ ତ କଣ୍ଟକିତ ଉଦ୍ ବେଳିତ ପ୍ରାଣ ଉପହାସ କରେ ସମୟର ଅଲକ୍ଷ୍ଯରେ ଆଖି ଭିଜିଯାଏ ଅତୀତକୁ ଖୋଜି ନିରବ ନିଶବ୍ଦ ସ୍ବରେ।। ସମିତା...

ଆଗୋ ମଉସୁମୀ ଆସ ଝୁମି ଝୁମି ମେଘ ସବାରୀରେ ବସି ଟାଙ୍ଗରା ଭୂଇଁରେ ଝର ଝର ଝରି ଶରଧାରେ ଯାଅ ବର୍ଷି।। ସବୁଜିମା ଭରେ ଧରଣୀ ହରଷେ ଶୀତଳ ପରଶ ପାଇ ଇନ୍ଦ୍ରଧନୁ ଦିଶେ ନୀଳ ନଭ ଦେଶେ ପୂର୍ଣ୍ଣଗର୍ଭା ହୁଏ ନଈ।। 🌲ସମିତା🌲

ବୃଷଭାନୁ ସୁତା, ଅଯୋନି ସମ୍ଭୁତା ରାସେଶ୍ବରୀ ଶ୍ରୀ ରାଧା ଭୂବନ ମୋହିନୀ, ଶୁଭ୍ରାଙ୍ଗୀ ଶ୍ରୀମୟୀ ଭକ୍ତି ପ୍ରୀତି,ପ୍ରେମ ସୁଧା।। ଅପ୍ରାକୃତ ପ୍ରେମ ଅସୀମ ଶକ୍ତିର ପରିପୂର୍ଣ୍ଣା,ବିମୋହିତା ଶାଶ୍ଵତ ସତ୍ତାରେ ସଦା ମଧୁସିକ୍ତା ପ୍ରଲୁବ୍ଧମୟୀ ଅମୃତା। 🌼ସମିତା🌼

Feed

Library

Write

Notification
Profile