ସ୍ମରଣୀକା
Share with friendsସ୍ବପ୍ନର ବଗିଚାରେ ରଙ୍ଗିନୀ ପରଜାପତି ଟିଏ କୋଳାହଳ ଦୁନିଆଁ ନିଶାର କଳାଚୁନିକୁ ମୁହଁରେ ଘୋଡାଇ ଯେବେ ଶୋଇ ଯାଏ ଚାନ୍ଦିନୀ କିରଣର ଟର୍ଚ୍ଚ ଲାଇଟ୍ କୁ ଥରି ଖୋଜି ବସେ ପରିଚିତ ଲକ୍ଷ୍ଯର ଫୁଲ । ହଁ, ଖୋଜିବା ରାସ୍ତାଟା ଲମ୍ବା କିନ୍ତୁ ମୁଁ ଭାବେ ତା' ପାଇଁ ଚ୍ଥୋଟିଆ ।
ଆଜି ବୁଝିଲି କ୍ଷମତାର ଅର୍ଥ କଣ ସବୁଦିନେ ଭାବୁଥିଲି ସମସ୍ତ ମୋତେ ସମ୍ମାନ ସହିତ ମୋ ଖାତିର କରୁଚ୍ଥନ୍ତି । ପ୍ରକୃତରେ ସବୁ ମୋର ନୁହେଁ ବରଂ ମୋ ସମାଜିକ ପଦବୀର କ୍ଷମତାକୁ ଡରି ମୁଣ୍ଡ ପୋତୁ ଥିଲେ ।
ଆଜି ରାସ୍ତାରେ ଜୀବନକୁ ଭେଟିଲି ଭବିଷ୍ଯତରେ କଣ ହବ ପଚାରି ବସିଲି ଖିଲି ଖିଲି ହସରେ ହସି ଜୀବନ କହିଲା ପ୍ରଥମେ ଆଜିକୁ କିପରି ସୁନ୍ଦର କରିବୁ ଦେଖେ ଭବିଷ୍ଯତ ଚିନ୍ତା କାହିଁକି କରୁଚ୍ଥୁ । ତଥାପି ମିରୀଚିକା ମନ ଭବିଷ୍ଯତ ଜୀବନ କଥା ଭାବେ ।
ରାଷ୍ଟପିତା , ରାଷ୍ଟମାତା କହି ବୁଲନ୍ତି ଧଳା ପୋଷାକ ବାଲା କଥାରେ କେତେ ସତ୍ଯ ଅଛି ସେମାନଙ୍କୁ ଜଣା । କଳା କରନାମା ଲୁଚି ଯାଏ ଧଳା ପୋଷାକ ଆଗରେ କେତୋଟି ଟଙ୍କା ବଦଳରେ କିଣନ୍ତି ସାଧାରଣ ନାଗରିକ ମନ ସେମାନେ କୁଆଡେ ଆମ ରାଷ୍ଟ ନାୟକ ଜିତିଲେ କରିବେ ନବ ରାଷ୍ଟର ନିର୍ମାଣ ।
ଆସିଲା ରାକ୍ଷୀ ମୁନୀ କାନ୍ଦିଲା ନାହିଁ ତା' ପାଖେ କୁନା ଭାଇ । କି ପାଠ ପଢିବ ବୋଲି ଚାଲି ଯାଇଚ୍ଥି ଦୂର ଦେଶେ ପଢିବା ପାଇଁ କି ?? ବାପା ପାଖରେ କରିଲା ଅଳି ନିଆଁ ଡ୍ରେସ୍ ଆଉ ଚକିଲେଟ୍ ଦରକାର ନାହିଁ , ଯାଇ ଆଣ ଭାଇ କି ମୋର ତା' ହେଷ୍ଟେଲ୍ ରୁ । ବାନ୍ଧିବି ମୁଁ ତା' ହାତରେ ରାକ୍ଷୀ ।
ଶୂନ୍ଯତାକୁ ପ୍ରଶ୍ନ କରେ ମୁଁ ଖୋଜି କି ପାଇବି ତୁମକୁ, ରଜନୀର କାଦମ୍ବରୀ ବାସ୍ନାରେ ଯାହାର ପ୍ରେମ ଭ୍ରମ ସୃଷ୍ଟି କରେ ମନରେ । କ୍ଷଣିକର ସାକ୍ଷାତ ଘଟେ ସ୍ବପ୍ନର ସେ ଅପରିଚିତ ଇଲାକାରେ । ତଥାପି ଦିନସାରା ମୁଁ ନିଜ ଭିତରେ ହଜିରହେ, ସେ ଅନୁଭୂତିର ଅନୁଭବରେ । ଜାଣେନା କିଏ ସେ ନାୟକ ଯାହାର ନାୟିକା ମୁଁ।
ତା' ଟିଫିନ୍ ରୁ ତା' ଅଜାଣତରେ ଚୋରି ଖାଇବାର ମଜା ଖୁବ୍ ନିଆରା । ପରସ୍ପର ଝଗଡା ଲାଗି ମୁହଁ ଫୁଲାଫୁଲି ହଉ ଆଉ କେହି ନାଲି ଆଖି ଦେଖାଇଲେ ରକ୍ତ ହେଇଯାଏ ଗରମ ।