Lipsa Acharya
Literary Colonel
AUTHOR OF THE YEAR 2021 - NOMINEE

103
Posts
128
Followers
6
Following

ସ୍ମରଣୀକା

Share with friends

ସ୍ବପ୍ନର ବଗିଚାରେ ରଙ୍ଗିନୀ ପରଜାପତି ଟିଏ କୋଳାହଳ ଦୁନିଆଁ ନିଶାର କଳାଚୁନିକୁ ମୁହଁରେ ଘୋଡାଇ ଯେବେ ଶୋଇ ଯାଏ ଚାନ୍ଦିନୀ କିରଣର ଟର୍ଚ୍ଚ ଲାଇଟ୍ କୁ ଥରି ଖୋଜି ବସେ ପରିଚିତ ଲକ୍ଷ୍ଯର ଫୁଲ । ହଁ, ଖୋଜିବା ରାସ୍ତାଟା ଲମ୍ବା କିନ୍ତୁ ମୁଁ ଭାବେ ତା' ପାଇଁ ଚ୍ଥୋଟିଆ ।

ଆଜି ବୁଝିଲି କ୍ଷମତାର ଅର୍ଥ କଣ ସବୁଦିନେ ଭାବୁଥିଲି ସମସ୍ତ ମୋତେ ସମ୍ମାନ ସହିତ ମୋ ଖାତିର କରୁଚ୍ଥନ୍ତି । ପ୍ରକୃତରେ ସବୁ ମୋର ନୁହେଁ ବରଂ ମୋ ସମାଜିକ ପଦବୀର କ୍ଷମତାକୁ ଡରି ମୁଣ୍ଡ ପୋତୁ ଥିଲେ ।

ଆଜି ରାସ୍ତାରେ ଜୀବନକୁ ଭେଟିଲି ଭବିଷ୍ଯତରେ କଣ ହବ ପଚାରି ବସିଲି ଖିଲି ଖିଲି ହସରେ ହସି ଜୀବନ କହିଲା ପ୍ରଥମେ ଆଜିକୁ କିପରି ସୁନ୍ଦର କରିବୁ ଦେଖେ ଭବିଷ୍ଯତ ଚିନ୍ତା କାହିଁକି କରୁଚ୍ଥୁ । ତଥାପି ମିରୀଚିକା ମନ ଭବିଷ୍ଯତ ଜୀବନ କଥା ଭାବେ ।

ନିଜ ଭିତରେ ଥିବା ଆତ୍ମ ବିଶ୍ବାସ ବୋଧହୁଏ ସେ ଈଶ୍ବର ଯାହାକୁ ମନ୍ଦିରରେ ଧୂପ ଦୀପ ନବୈଦ୍ଯ ଦେଇ ପୂଜା କରାଯାଏ ।

ରାଷ୍ଟପିତା , ରାଷ୍ଟମାତା କହି ବୁଲନ୍ତି ଧଳା ପୋଷାକ ବାଲା କଥାରେ କେତେ ସତ୍ଯ ଅଛି ସେମାନଙ୍କୁ ଜଣା । କଳା କରନାମା ଲୁଚି ଯାଏ ଧଳା ପୋଷାକ ଆଗରେ କେତୋଟି ଟଙ୍କା ବଦଳରେ କିଣନ୍ତି ସାଧାରଣ ନାଗରିକ ମନ ସେମାନେ କୁଆଡେ ଆମ ରାଷ୍ଟ ନାୟକ ଜିତିଲେ କରିବେ ନବ ରାଷ୍ଟର ନିର୍ମାଣ ।

ଆସିଲା ରାକ୍ଷୀ ମୁନୀ କାନ୍ଦିଲା ନାହିଁ ତା' ପାଖେ କୁନା ଭାଇ । କି ପାଠ ପଢିବ ବୋଲି ଚାଲି ଯାଇଚ୍ଥି ଦୂର ଦେଶେ ପଢିବା ପାଇଁ କି ?? ବାପା ପାଖରେ କରିଲା ଅଳି ନିଆଁ ଡ୍ରେସ୍ ଆଉ ଚକିଲେଟ୍ ଦରକାର ନାହିଁ , ଯାଇ ଆଣ ଭାଇ କି ମୋର ତା' ହେଷ୍ଟେଲ୍ ରୁ । ବାନ୍ଧିବି ମୁଁ ତା' ହାତରେ ରାକ୍ଷୀ ।

ଶୂନ୍ଯତାକୁ ପ୍ରଶ୍ନ କରେ ମୁଁ ଖୋଜି କି ପାଇବି ତୁମକୁ, ରଜନୀର କାଦମ୍ବରୀ ବାସ୍ନାରେ ଯାହାର ପ୍ରେମ ଭ୍ରମ ସୃଷ୍ଟି କରେ ମନରେ । କ୍ଷଣିକର ସାକ୍ଷାତ ଘଟେ ସ୍ବପ୍ନର ସେ ଅପରିଚିତ ଇଲାକାରେ । ତଥାପି ଦିନସାରା ମୁଁ ନିଜ ଭିତରେ ହଜିରହେ, ସେ ଅନୁଭୂତିର ଅନୁଭବରେ । ଜାଣେନା କିଏ ସେ ନାୟକ ଯାହାର ନାୟିକା ମୁଁ।

ତା' ଟିଫିନ୍ ରୁ ତା' ଅଜାଣତରେ ଚୋରି ଖାଇବାର ମଜା ଖୁବ୍ ନିଆରା । ପରସ୍ପର ଝଗଡା ଲାଗି ମୁହଁ ଫୁଲାଫୁଲି ହଉ ଆଉ କେହି ନାଲି ଆଖି ଦେଖାଇଲେ ରକ୍ତ ହେଇଯାଏ ଗରମ ।

ଘରର ଏରୁଣ୍ଡି ବନ୍ଧ ଯେଉଁ ଦିନ ପ୍ରଥମେ ଡେଇଁଲି ମା' ନ ଥିଲା ପାଖରେ ଅଝଟ ହେଲେ ବୁଝେଇବାକୁ ବାପା ନ ଥିଲେ ପାଖରେ ଭୁଲ୍ କଲେ ଶାସନ କରିବାକୁ ଦୁନିଆଁର ଭିଡରେ ହଜି ଯିବି ବୋଲ ଭାବିଥିଲି, କେହି ଜଣେ ହାତଥରି ଆଲୋକ ଆଡକୁ ଟାଣି ନେଲା ପରେ ଜାଣିଲି ତାଙ୍କ ପରିଚୟ ସେ ଆଉ କେହି ନୁହେଁ ମୋ ଗୁରୁ।


Feed

Library

Write

Notification
Profile