" ଯାହାର ଜନ୍ମ ଅଛି, ମୃତ୍ୟୁ ନିଶ୍ଚିତ। ଦିନେନା ଦିନେ ଅ।ମ ସୂର୍ଯ୍ୟ, ପୃଥିବୀ ଲୋପ ପାଇଯିବ। ବିଜ୍ଞାନର ଚମତ୍କାରୀ ଉଦ୍ଭାବନ ନଷ୍ଟ ହୋଇଯିବ।ଚାରିଅ।ଡେ ଥିବ କେବଳ ମହାଶୂନ୍ୟ। ପ୍ରାଚୀନ ଭାରତବର୍ଷରେ ମୂନିୠଷି ଜାଣିଥିଲେ ମହାଶୂନ୍ୟ ସୃଷ୍ଟିର ମୂଳ।ନୀଳ-ଅନ୍ଧାର ଭରା ଶୂନ୍ୟ ଗର୍ଭରେ କେତେ ଯେ ସୂର୍ଯ୍ୟ, ପୃଥିବୀ ରହିଛି, ଯାହା ଅ।ଜିର ବୈଜ୍ଞାନିକଙ୍କୁ ଅଜଣା। କାଳଚକ୍ର ପ୍ରଭାବରେ ବିଭିନ୍ନ ଧର୍ମମତ, ବିଶ୍ବାସ ବିଶ୍ବରୁ ଲୋପ ପାଇଗଲେ ବି ସନାତନୀ ଚେତନା ନୀଳ ଅନ୍ଧାରର ପରିଭାଷା ହୋଇ ରହିବ।"
"ଜଡ଼ ଦେହରେ ବି ଜୀବନ ଅଛି। କାରଣ ସେ ଚେତନଶୀଳ। ଜଡ ବସ୍ତୁରେ ଇଲୋକଟ୍ରନ ଅହରହ ଘୂରୁଛି, ତାକୁ ନିର୍ଜୀବ ମାନିବା ବଡ଼ ଭୁଲ। କିନ୍ତୁ ମଣିଷ ମନ ଭିତରେ ଯେଉଁ ଜଡ଼ତା ଅଛି, ସେଥିରୁ ଉଦ୍ଧାର ପାଇବା କଷ୍ଟ, କାରଣ ସେଥିରେ ଜୀବନ ନାହିଁ।"
" ଈଶ୍ବର ସମସ୍ତଙ୍କୁ ଭଲ ପାଅ।ନ୍ତି।କାହାକୁ ଦଣ୍ଡ ଦିଅନ୍ତିନି। ସମସ୍ତେ ହିଁ କର୍ମଫଳ ଭୋଗ କରନ୍ତି। ଦୁନିଅ।ରେ ଗୋଟିଏ ସତ୍ୟ- ଈଶ୍ବର ସର୍ବତ୍ର ବିଦ୍ୟମାନ। ତୁମେ ତାଙ୍କୁ ଦେଖିପାରିବ ଯଦି ଅନ୍ତରାତ୍ମାକୁ ଦେଖିପାର।"
" ରକ୍ତର ଛିଟା " "କାହାକୁ ଜଣାପଡେନି କେତେବେଳେ ଟପଟପ ବର୍ଷା ଅ।ସି ଛୁଇଁଯାଏ ରାସ୍ତା, କୋଠାବାଡ଼ି ବୁଣିଦିଏ ରକ୍ତର ଛିଟା ସାରା ସହର !! ସବୁଠି ଖାଲି ଖବର ଜଘନ୍ୟ, ଚାଞ୍ଚଲ୍ୟକର । କେହି ଦେଖି, ଦେଖି ପାରନ୍ତିନି ବ୍ୟବସ୍ଥାର ବିକାଶ ଭିତରେ କେମିତି ମରେ ମଣିଷପଣିଅ। କାହା ଅହମିକାରେ। ରକ୍ତରଞ୍ଜିତ ହୁଏ ମାଟି, ଫୁଲ ଗଛର କଅଁଳ କଡି ଏଠି ଝରିଯାଏ ଅବେଳାରେ ।" *******
" ପ୍ରିୟତମା " " ତୁମ ପ୍ରତିଟି ନିଃଶ୍ବାସରେ ଫୁଲଗଛରେ କଅଁଳେ ଛନଛନ ପତ୍ର ଫୁଲ କଡ଼ିରେ ନେସି ହୁଏ ରଂଗ ତୁମ ହାତଛୁଆଁରେ ଫୁଟେ ଶତକଦମ୍ବ ତୁମ କୁନ୍ତଳ ପବନରେ ଉଡିଲେ ଲହଡି ଭାଂଗେ ଜୀବନ ଯୁମୁନାର ଛଳଛଳ ଜଳ। ତୁମ ଆଖିର ମୋତି ଭଳି ଝଲସେ ମନ ବୃନ୍ଦାବନ !! ତୁମେ ମୋ ବିଦଗ୍ଧ ହୃଦୟର ଦରଦୀ ସ୍ପନ୍ଧନ। ଚିର ସୁନ୍ଦର, ପ୍ରିୟତମା ଚିରନ୍ତନ। "
" ହେତୁ ନ ଥାଏ... " " ତୁମ ଓଠର ଦରଦୀ ଭାଷାରେ କେତେ ମିଠା ଥାଏ କେଜାଣି !! ଧ୍ବନି ତରଂଗ ଚହଟି ଉଠେ ଛାତିକୁ ଓଦାଓଦା କରେ ଉଦାସୀ, ଶୁଖିଲା ମନକୁ ମଧୁର ଭାବନାରେ ଭିଜାଏ, ଶ୍ବେତା ଦିଶୁଥିବା ମୁହଁରୁ ଝରୁଥିବା ଝାଳ ଶୁଖିଯାଏ ଅଜଣା ସମ୍ମୋହନରେ । ସେ ସ୍ବର ପ୍ରତିଧ୍ବନି ତୋଳୁ ଥାଏ ମୋ ଆତ୍ମାରେ । କେବେ କେବେ ସେ ସ୍ବର ଧ୍ୟାନ ଭାଂଗି ତପସ୍ବୀରୁ ସଂସାରୀ ସଜାଏ ମୋତେ। ସମ୍ମୋହିତ ନାଗ ଭଳି ମୁଁ ଫଣାଟେକି ଶୁଣୁଥାଏ ଭାବର ପଦ୍ମତୋଳା ହେତୁ ନ ଥାଏ !! "

" ମରୁଦ୍ୟାନ " "ଓଟ ପିଠିରେ କୁଜ ଭଳି ବସ୍ତୁବାଦୀ ଚେତନାର ବୋଝ ବୋହି ଚାଲୁଥିବା ମଣିଷ ଜାଣିନି କେବେଠୁ ପହଞ୍ଚି ସାରିଛି ମରୁଭୂଇଁ ସୀମାରେ ଆଗରେ ଖାଲି ବାଲି ସମୁଦ୍ର । ପ୍ରେମିକାକୁ ପଚାରିଲି ମରୁଦ୍ୟାନ ଏଠୁ କେତେ ଦୂର, ଉତ୍ତର ପାଇଲିନି। ମରୁଭୂମି କହିଲା, ଅ।ସ ମୁଁ ତୁମର ନୂଅ। ପ୍ରେମିକା ଦେଖେଇଦେବି ମରୁଦ୍ୟାନ, ଯାହାକୁ ଖୋଜୁଛ ।"