STORYMIRROR
"...
" ହେତୁ ନ ଥାଏ......
" ହେତୁ ନ...
“
" ହେତୁ ନ ଥାଏ... "
" ତୁମ ଓଠର ଦରଦୀ ଭାଷାରେ
କେତେ ମିଠା ଥାଏ କେଜାଣି !!
ଧ୍ବନି ତରଂଗ ଚହଟି ଉଠେ
ଛାତିକୁ ଓଦାଓଦା କରେ
ଉଦାସୀ, ଶୁଖିଲା ମନକୁ
ମଧୁର ଭାବନାରେ ଭିଜାଏ,
ଶ୍ବେତା ଦିଶୁଥିବା ମୁହଁରୁ
ଝରୁଥିବା ଝାଳ ଶୁଖିଯାଏ
ଅଜଣା ସମ୍ମୋହନରେ ।
ସେ ସ୍ବର ପ୍ରତିଧ୍ବନି ତୋଳୁ
ଥାଏ ମୋ ଆତ୍ମାରେ ।
କେବେ କେବେ ସେ ସ୍ବର
ଧ୍ୟାନ ଭାଂଗି ତପସ୍ବୀରୁ
ସଂସାରୀ ସଜାଏ ମୋତେ।
ସମ୍ମୋହିତ ନାଗ ଭଳି
ମୁଁ ଫଣାଟେକି ଶୁଣୁଥାଏ
ଭାବର ପଦ୍ମତୋଳା
ହେତୁ ନ ଥାଏ !! "
”
207
More oriya quote from Upendra prasad Mahala
Download StoryMirror App