STORYMIRROR

#30 Days Diary Writing Challenge

SEE WINNERS

Share with friends

କରୋନା ଭୂତାଣୁର ପ୍ରଭାବରେ ଆମର ନିୟମିତ ଜୀବନ ଯାତ୍ରା କୋଉଠି ନା କୋଉଠି ବାଧାପ୍ରାପ୍ତ ହୋଇଛି । ଆମ ନିତିଦିନିଆ ଜୀବନର ବ୍ୟବହାର୍ଯ୍ୟ ଜିନିଷ, ବିଦ୍ୟାଳୟ, କଲେଜ, ଅଫିସ୍, ସାଙ୍ଗ ସାଥୀ ଏବଂ ନୂତନ ଲୋକଙ୍କ ସହ ସାକ୍ଷାତ, କ୍ରୀଡ଼ା କିମ୍ବା ମଲ୍ ଯିବା କିମ୍ବା ଭୋଜନ ପାଇଁ କୌଣସି ଭୋଜନାଳୟକୁ ଯିବା ସବୁକିଛି ଯେମିତି ଧୀରେ ଧୀରେ ଆମ ଜୀବନରୁ ଅଦୃଶ୍ୟ ହୋଇଯାଇଛି । ତେବେ ଏହା ବଦଳରେ କେତେକ ନୂତନ ଅଭ୍ୟାସ ସହିତ ଆମେ ଅତି ଭଲ ଭାବରେ ଖାପ ଖୁଆଇଥିବା ବେଳେ, ଆହୁରି କେତେକ ଅଭ୍ୟାସ ତଥାପି ନିୟନ୍ତ୍ରଣ କରିବାକୁ ଆମେ ସଂଘର୍ଷ କରୁଛେ । ଯାହା ଉପରେ ଆମ ସମସ୍ତଙ୍କର ନିଜର ଅନୁଭୂତି ଅଛି ନିଶ୍ଚିତ ଭାବେ ରହିଛି । ଯାହା ଆଜି ବି ଅକୁହା ।

ତେଣୁ ଷ୍ଟୋରୀମିରର୍ #୩୦ ଦିନ ଡାଏରୀ ଲିଖନ ଚ୍ୟାଲେଞ୍ଜ୍ ଉପସ୍ଥାପନ କରୁଛି, ଯାହା ଏକ ଦୈନିକ ଲେଖା ଚ୍ୟାଲେଞ୍ଜ୍ ଯେଉଁଠାରେ ଆପଣମାନେ ନିଜର ଦୈନନ୍ଦିନ ଜୀବନର ଅଭିଜ୍ଞତାକୁ କାହାଣୀ କିମ୍ବା କବିତା କିମ୍ବା ଅଡ଼ିଓ ଆକାରରେ ଉପସ୍ଥାପନ କରିପାରିବେ ।

ସର୍ତ୍ତାବଳୀ :

  1. ଆପଣଙ୍କ ଦୈନନ୍ଦିନ ଅଭିଜ୍ଞତାକୁ କାହାଣୀ, କବିତା କିମ୍ବା ଅଡିଓ ଆକାରରେ ପ୍ରସ୍ତୁତ କରିବାକୁ ପଡ଼ିବ ।
  2. ଅଂଶଗ୍ରହଣକାରୀମାନେ ବିଭିନ୍ନ ବର୍ଗ (କାହାଣୀ /କବିତା /ଅଡ଼ିଓ) ପାଇଁ ପଞ୍ଜିକରଣ କରିପାରିବେ । କିନ୍ତୁ, ଆପଣଙ୍କୁ ସେହି ନିର୍ଦ୍ଧିଷ୍ଟ ବର୍ଗରେ ହିଁ ସମୁଦାୟ ୩୦ଟି ଲେଖା ଦାଖଲ କରିବାକୁ ପଡ଼ିବ ।
  3. ସମୁଦାୟ ୩୦ ଦିନ ପାଇଁ ଦାଖଲ ସଂଖ୍ୟା ଉପରେ ଆଧାର କରି ବିଜେତାମାନଙ୍କୁ ନିର୍ବାଚନ କରାଯିବ । ଉଦାହରଣ ସ୍ୱରୂପ, ଯଦି ଆପଣ ୫ ଦିନ କିମ୍ବା ୧୦ ଦିନରେ ସମସ୍ତ ୩୦ଟି ଲେଖା ଦାଖଲ କରନ୍ତି ତେବେ ଆପଣ ବିଜେତା ଭାବରେ ବିବେଚିତ ହେବେ ନାହିଁ । ବିଜେତା ହେବା ପାଇଁ ଆପଣଙ୍କୁ ୩୦ ଦିନରେ ୩୦ଟି ଲେଖା ଦାଖଲ କରିବାକୁ ପଡିବ ।
  4. ଆପଣଙ୍କ ଲେଖା ଏକ କାହାଣୀ କିମ୍ବା କବିତା କିମ୍ବା ଅଡ଼ିଓ ହେବା ଉଚିତ୍ । ପ୍ରବନ୍ଧ କିମ୍ବା ପ୍ରବନ୍ଧ ଲେଖା ଗ୍ରହଣୀୟ ନୁହେଁ ।
  5. ଅଂଶଗ୍ରହଣକାରୀମାନେ ସେମାନଙ୍କର ମୂଳ ବିଷୟବସ୍ତୁ ଦାଖଲ କରିବା ଉଚିତ୍ । ଆପଣ ଦାଖଲ କରୁଥିବା ବିଷୟବସ୍ତୁ ସଂଖ୍ୟାରେ କୌଣସି ସୀମା ନାହିଁ ।
  6. କୌଣସି ଶବ୍ଦ ସୀମା ନାହିଁ ।
  7. ଇ-ମେଲ କିମ୍ବା ହାର୍ଡ କପି କିମ୍ବା ପ୍ରତିଯୋଗୀତା ଲିଙ୍କ୍ ବ୍ୟବହାର ନକରି ଯେକୌଣସି ଦାଖଲ ପ୍ରବେଶ ପାଇଁ ଯୋଗ୍ୟ ହେବ ନାହିଁ ।
  8. କୌଣସି ଅଂଶଗ୍ରହଣ ଶୁଳ୍କ ନାହିଁ ।
  9. ମାନପତ୍ର ବିଭାଗ ଅଧୀନରେ ଆପଣଙ୍କର ଅଂଶଗ୍ରହଣ ପ୍ରମାଣପତ୍ରଗୁଡ଼ିକ ଆପଣଙ୍କର ପ୍ରୋଫାଇଲରେ ଉପଲବ୍ଧ ହେବ ।

 ଶ୍ରେଣୀଗୁଡିକ:

 କାହାଣୀ

 କବିତା

 ଅଡିଓ

ଭାଷା : ଇଂରାଜୀ, ହିନ୍ଦୀ, ମରାଠୀ, ଗୁଜରାଟୀ, ତାମିଲ, ତେଲୁଗୁ, ମାଲାୟାଲମ୍, କନ୍ନଡ, ଓଡିଆ ଏବଂ ବଙ୍ଗଳା ।

ପୁରସ୍କାର :

ସମସ୍ତ ଅଂଶଗ୍ରହଣକାରୀ ଏକ ଅଂଶଗ୍ରହଣ ପ୍ରମାଣପତ୍ର ପାଇବେ ।

ସମସ୍ତ ୩୦ ଦିନ ପାଇଁ ଲେଖୁଥିବା ସମସ୍ତ ଅଂଶଗ୍ରହଣକାରୀ ସେମାନଙ୍କର ବିଷୟବସ୍ତୁକୁ ଏକ ଇ-ପୁସ୍ତକରେ ପ୍ରକାଶ କରିବାର ସୁଯୋଗ ପାଇବେ ।

ସମସ୍ତ ବିଜେତାଙ୍କୁ ବିଜେତା ପ୍ରମାଣପତ୍ର ପ୍ରଦାନ କରାଯିବ ।

ଦାଖଲ ଅବଧି : ୦୧ ଜୁନ୍ ୨୦୨୧ ରୁ ୩୦ ଜୁନ୍ ୨୦୨୧ 

ଫଳାଫଳ: ଜୁଲାଇ ୩୦, ୨୦୨୧

ଯୋଗାଯୋଗ:

ଇ-ମେଲ : neha@storymirror.com 

ଫୋନ୍ ନମ୍ବର : +91 9372458287