STORYMIRROR

Kshitish Jena

Children Stories Action Inspirational

3  

Kshitish Jena

Children Stories Action Inspirational

କିଛି ମୁହୂର୍ତ୍ତର ଅନୁଭୂତି

କିଛି ମୁହୂର୍ତ୍ତର ଅନୁଭୂତି

3 mins
164


ଗାଁରେ ଥାଏ ଆମ ଚାଳ ଛପର ଘର । ଆମର ଗାଁଠୁ ୨୦୦ମିଟର ଦୂରରେ ଗାଁ ଚାଷଜମି ଅଛି । ସେଠି ରାସ୍ତାକୁ ଲାଗି ଆମର ଖଣ୍ଡିଏ ବିଲ ଅଛି । ଆମେ ସେଠି ଚାହିଁଲୁ କୋଠାଘର କରିବାକୁ । ତେଣୁ ପାଣିର ସୁବିଧା ନ ଥିବାରୁ ଆମେ ଚାହିଁଲୁ ପ୍ରଥମେ ଆମ ବିଲରେ ନଳକୂପଟିଏ ଖୋଲିବାକୁ ।ନଳକୂପଟିଏ ଖୋଳି ଆମ ଘର କାମ ଆରମ୍ଭ କଲୁ ଓ ଚାହୁଁ ଚାହୁଁ ଘର କାମ ଶେଷ ହେଲା । ଆମ ଗାଁ ଓ ୨୦୦ ମିଟର ଦୂରରେ ଥିବା କୋଠାଘର ମଧ୍ୟବର୍ତ୍ତୀ ସ୍ଥାନରେ ନୂଆ ରେଳ ଧାରଣା ଯାଇଛି । ରେଳ ଚାଲିନଥାଏ,କେବଳ ନୂଆ କରି ଲୁହାର ରେଳ ଧାରଣା ପଡ଼ିଥାଏ । ଟେଷ୍ଟିଙ୍ଗ୍ ପାଇଁ କେବଳ ରେଳ ଇଞ୍ଜିନ୍ ମଝିରେ ମଝିରେ ଯାଆ ଆସ କରେ । କାଳେ ଟ୍ରେନ୍ ଲାଇନ୍ଉପରକୁ ଗାଁର ଗୋରୁ ଗାଈ ତଥା ଛେଳି ମେଣ୍ଢା ପଳାଇବେ ସେମାନଙ୍କ ସହ ପଶୁପାଳକ ଆସିଥା'ନ୍ତି । ପଶୁପାଳକମାନେ ପଶୁ ଚରାଇବା ବେଳେ ଖରା ଦିନେ ଶୋଷ ହେଲେ ଆମ କୋଠାଘର ନଳକୂପରୁ ପାଣି ପିଅନ୍ତି ଓ କୋଠାଘର ଛାଇରେ ବସନ୍ତି । 

ଦିନକର କଥା ପ୍ରବଳ ଖରା ହୋଇଥାଏ ଓ ବିଲରୁ ଧାନ କଟା ସରିଥାଏ ।କୋଠାଘର ପ୍ରତିଷ୍ଠା ହୋଇ ନଥିବାରୁ ଆମେ ନୂଆଘରକୁ ଆସିନଥାଉ ।ଦିନେ ଖାଇସାରି ଖରାବେଳେ ନୂଆଘର ଆଡ଼କୁ ଟିକେ ବୁଲି ଆସିଥାଏ । ଦେଖେ ଘର ଛାଇରେ କିଛି ପୁରୁଷ ଓ ସ୍ତ୍ରୀ ଲୋକ ବସି ଟିଫିନ୍ ରେ ତଥା ଛୋଟ ରସ ଡେକ୍ ଚି ରେ ଖାଦ୍ୟ ଆଣି ଖାଉଛନ୍ତି । ଆମ ନଳକୂପରୁ ବୋତଲରେ ପାଣି ନେଇ ଖାଇବା ପାଖରେ ରଖିଛନ୍ତି । ତାଙ୍କ ବେଶ ଓ କଥାବାର୍ତ୍ତାରୁ ଜାଣିଲି ସେମାନେ ଆଦିବାସୀ ସଂପ୍ରଦାୟର ଲୋକ ବା ବଣ୍ଡା ଲୋକମାନେ । ସେମାନଙ୍କଠାରୁ ବୁଝିଲି, ସେମାନେ ଆସିଛନ୍ତି ରେଳ ଧାରଣା ରଙ୍ଗ ଓ ମରାମତି କାମ କରିବାକୁ ।

       ସେମାନଙ୍କ ସହ କିଛି ସମୟ କଥାବାର୍ତ୍ତା ହେଲା ପରେ ସେମାନେ ଆପଣା ପଣରେ ମୋତେ ବାନ୍ଧିଦେଲେ ।ସ୍ତ୍ରୀଲୋକମାନେ ଦେହରେ ଖୁବ୍ କମ୍ ଲୁଗାପଟା ପିନ୍ଧିଥା'ନ୍ତି । କାନ ଓ ନାକ ଫୋଡ଼େଇ କିଛି ରିଙ୍ଗ୍ ପିନ୍ଧିଥା'ନ୍ତି । ଖରାରେ କାମ କରୁଥିବା ହେତୁ କେଶ ଅଡ଼ୁଆ ହୋଇ ପଛରେ ଗଣ୍ଠି ପଡ଼ିଥାଏ ଏବଂ ଦେହ ପ୍ରାୟ କୃଷ୍ଣବର୍ଣ୍ଣ । ମୋତେ (ବାପା )ବୋଲି ବୟସ୍କ ବଣ୍ଡା ଲୋକମାନେ ସମ୍ବୋଧନ କଲେ । ମୋତେ କହିଲେ ଆମ ଗାଁ ଆଡ଼େ ଟିକେ ବୁଲି ଯିବାକୁ । ପ୍ରାୟତଃ ବଣ୍ଡା ଲୋକମାନେ ଓଡ଼ିଶାର କଳାହାଣ୍ଡି,କନ୍ଧମାଳ, କୋରାପୁଟ, କେନ୍ଦୁଝର, ମୟୂରଭଞ୍ଜ ତଥା ମାଲ୍‌କାନ୍‌ଗିରି ଆଦି ଜିଲ୍ଲାରେ ଦେଖାଯାଆନ୍ତି । ପ୍ରାୟତଃ ଏହି ଅଞ୍ଚଳମାନଙ୍କରେ ହାତ ଧରାଧରି ହୋଇ ପାହାଡ଼ ପରେ ପାହାଡ଼ ପାଖାପାଖି ଲାଗି ରହିଥାଏ । ସେମାନଙ୍କ କହିବା ଅନୁଯାୟୀ ଛୋଟଛୋଟ ବା ବଡ ବଡ ପାହାଡ଼ର ପାଦଦେଶରେ ବା ଉପରେ କେତେଗୁଡିଏ ବଣ୍ଡା ଜନଜାତି କାଦୁଅ ଲିପା କାନ୍ଥରେ ଜଙ୍ଗଲ ପତ୍ର ଓ ନଡ଼ା ଛାଉଣି ବା ପିରି ଘାସ ଛାଉଣି ଘରେ ବସବାସ କରିଥା'ନ୍ତି ।କେତେକ ବଣ୍ଡା ଜନଜାତିଙ୍କ ଘରକୁ ଏପର୍ଯ୍ୟନ୍ତବିଜୁଳି ସଂଯୋଗ କରାଯାଇନାହିଁ । ସରକାରଙ୍କ ତରଫରୁ ସେମାନଙ୍କୁ ରହିବାକୁ ପକ୍କାଘର ଓ ରେସନ୍ କାର୍ଡ଼ରେ ଚାଉଳ ଦିଆଯାଉଛି ଏବଂ କାଳିଆ ଯୋଜନା ଭଳି ବିଭିନ୍ନ ଯୋଜନାରେ ଅନ୍ତର୍ଭୁକ୍ତ କରାଯାଇଛି ।ଏମାନଙ୍କ ପିଲାମାନେ ପାଠ ପଢିବା ପାଇଁ ସରକାର ଏମାନେ ବସବାସ କରୁଥିବା ଜାଗାରେ ସରକାରୀ ସ୍କୁଲ୍ ସ୍ଥାପନ କରିଛନ୍ତି, ପିଲାମାନଙ୍କୁ ଛାତ୍ରଛାତ୍ରୀ ବୃତ୍ତି, ମଧ୍ୟାହ୍ନ ଭୋଜନ ବ୍ୟବସ୍ଥା ଏବଂ ମାଗଣା ପୋଷାକ ବଣ୍ଟନ ବ୍ୟବସ୍ଥା ସହ ଚିକିତ୍ସା ପାଇଁ ସରକାରୀ ସ୍ୱାସ୍ଥ୍ୟକେନ୍ଦ୍ରମାନ ଖୋଲିଛନ୍ତି । ବଣ୍ଡା ଜାତିର ଲୋକମାନେ ଭାରୀ ସରଳ ଓ ସ୍ନେହୀ ।ସେମାନଙ୍କର ମୂଖ୍ୟ ଜୀବିକା ହେଉଛି କୃଷି ,ପଶୁ ପାଳନ ଓ ଜଙ୍ଗଲଜାତ ଦ୍ରବ୍ୟ ସଂଗ୍ରହ । ସେମାନେ ରହୁଥିବା ସ୍ଥାନରେ ଡାଲି, ଚାଉଳ, ତେଲ, ଔଷଧ ଅତ୍ୟାବଶ୍ୟକୀୟ ଜିନିଷ ମିଳୁଥିବା ସାମଗ୍ରୀର କିଛି ଦୋକାନ ଅଛି ନଚେତ୍ ସେମାନେ ପାହାଡ଼ରୁ ତଳକୁ ଆସି ନିକଟସ୍ଥ ବଜାରରୁ ଆବଶ୍ୟକୀୟ ସାମଗ୍ରୀ କ୍ରୟ କରି ନେଇଥା'ନ୍ତି ।

    ମୁଁ ସେମାନଙ୍କଠାରୁ ଯାହା ବୁଝିଲି ସେମାନେ ଖାଦ୍ୟଶସ୍ୟ ଉତ୍ପାଦନ ସହ ବିଭିନ୍ନ ପନିପରିବା ଚାଷ କରିଥା'ନ୍ତି । ସେମାନେ ଭାରି କର୍ମଠ ।ସେମାନେ ବର୍ଷାଦିନ, ଶୀତଦିନ ପରି ଖରାଦିନେ କିପରି ପନିପରିବା ଭଲରେ ଉତ୍ପାଦନ କରିପାରିବେ ସେମାନେ ନିଜ ନିଜ ବାଡିରେ ଖୋଳି ଗାଡ଼ କରିଛନ୍ତି । ବର୍ଷାଦିନେ ବର୍ଷାଜଳ ସେହି ଗାଡ଼ରେ ସଂରକ୍ଷଣ ହୋଇ ରହିବ ଓ ସଂରକ୍ଷିତ ଜଳକୁ ଶୀତ ଓ ଖରାଦିନେ କ୍ଷେତରେ ଲଗେଇ ନାନା କିସମର ଫସଲ ଅମଳ କରିଥା'ନ୍ତି । ସେମାନେ ଗାଈ, ଛେଳି, ମେଣ୍ଢା, କୁକୁଡ଼ା ଆଦି ପାଳି ସେଥିରୁ ଅର୍ଥ ରୋଜଗାର କରିଥା'ନ୍ତି । ସେମାନେ ଜଙ୍ଗଲଜାତ ଦ୍ରବ୍ୟ ସଂଗ୍ରହ, ସଂରକ୍ଷଣ ତଥା ବଜାରରେ ବୃକ୍ଷରୁ ମିଳିଥିବା ଔଷଧୀୟ ଦ୍ରବ୍ୟ ବିକ୍ରି କରିବାଦ୍ୱାରା ସେଥିରୁ ଲବ୍ଧ ଅର୍ଥରୁ ନିଜ ନିଜର ଗୁଜୁରାଣ ମେଣ୍ଟାଇ ଥା'ନ୍ତି । ବର୍ତ୍ତମାନ ବଣ୍ଡା ସମ୍ପ୍ରଦାୟର ପିଲାମାନେ ଭଲ ପାଠ ପଢ଼ିଲେଣି ତଥା ଚାକିରି ତଥା ରାଜନୈତିକ ସ୍ତରରେ ବିଭିନ୍ନ ପଦପଦବୀରେ ଅଛନ୍ତି । ସରକାର ସେମାନଙ୍କ ପାଇଁ ଚାକିରି କ୍ଷେତ୍ରରେ ସ୍ଥାନ ସଂରକ୍ଷଣର ବ୍ୟବସ୍ଥା ମଧ୍ୟ କରିଛନ୍ତି । ଏହାଦ୍ଵାରା କ୍ରୀଡ଼ା, ସୈନ୍ୟ, ଶିକ୍ଷା ଭଳି ଅନେକ କ୍ଷେତ୍ରରେ ବଣ୍ଡା ଲୋକମାନେ ଚାକିରି କରିଛନ୍ତି ।

     ବଣ୍ଡା ଲୋକମାନେ ପର୍ବପର୍ବାଣୀ ପାଳିବାରେ ବେଶ୍ ଆଗ୍ରହୀ । ସେମାନେ ଏକଜୁଟ୍ ହୋଇ ନାଚନ୍ତି, ଗାଆନ୍ତି ଓ ବାଦ୍ୟର ତାଳେ ତାଳେ ଗୀତ ଗାଇ ଖୁସି ହୁଅନ୍ତି । ସେମାନେ ବାହାଘର ହେଉ ଅବା ବିଭିନ୍ନ ପର୍ବ ଖୁସି ମନରେ ପାରମ୍ପରିକ ଢଙ୍ଗରେ ଏକତ୍ରିତ ହୋଇ ପାଳନ୍ତି ତଥା କିପରି ଖାଦ୍ୟଶସ୍ଯ ଭଲ ହେବ,ଗୃହପାଳିତ ପଶୁପକ୍ଷୀମାନେ ବନ୍ୟଜନ୍ତୁ କବଳରୁ କିପରି ରକ୍ଷା ପାଇବେ ଏଥି ନିମନ୍ତେ ନିଜ ଇଷ୍ଠ ଦେବାଦେବୀଙ୍କୁ ପୂଜାର୍ଚ୍ଚନା ସେମାନେ ନିଜ ପରମ୍ପରା ହିସାବରେ ପାଳନ୍ତି । ସେମାନେ ବହୁତ ଈଶ୍ଵର ବିଶ୍ୱାସୀ । ଆଦିବାସୀମାନଙ୍କୁ ନିଜର ଭାବିବା,ସେମାନଙ୍କ ସଂସ୍କୃତି ଓ ପରମ୍ପରାକୁ ସମ୍ମାନ ଦେବା, ତାଙ୍କୁ ଆମ ପରି ସମସ୍ତ ସୁବିଧା ସୁଯୋଗ ଦେବାକୁ ଆମେ ପ୍ରତିବର୍ଷ ଅଗଷ୍ଟ ନଅ ତାରିଖକୁ ବିଶ୍ଵ ଆଦିବାସୀ ଦିବସ ବା(World Tribal Day) ପାଳନ କରୁଛୁ ।

ବାସ୍ତବରେ ସେମାନେ ନିଜ ଅଞ୍ଚଳରୁ ଆମ ଅଞ୍ଚଳକୁ କାମ କରିବାକୁ ଆସି ଯେଉଁ କିଛି ମୁହୂର୍ତ୍ତ ମୋ ସହିତ ବିତାଇଲେ ସେହି କ୍ଷଣିକ ଅନୁଭୂତି ବେଶ୍ ଖୁସି ଲାଗିଲା ଓ ସ୍ମରଣୀୟ ହୋଇ ରହିବ ।

   



Rate this content
Log in