Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Lalatendu Kabi

Others

3  

Lalatendu Kabi

Others

ଅତିଥି

ଅତିଥି

1 min
474


ହେ ମୋ ନିଦ୍ରାଶ୍ରିତ ଅତିଥି, ମୁଁ ଖୋଜୁଥିବା ମୋ ପିତୄହନ୍ତା ତୁମେ ହିଁ ତୁମେ — ଏହା ଜାଣିଲାଠୁ ମୋ ଲୁକ୍କାୟିତ ଖଡ୍ଗ ତୁମକୁ ଇଙ୍ଗିତ କରି ଝଣ୍ ଝଣ୍ ଶବ୍ଦରେ ମୋତେ ବାରମ୍ବାର ବ୍ୟତିବ୍ୟସ୍ତ କରୁଅଛି, ଶିରାପ୍ରଶିରାରେ ମୋ ଉଷ୍ମ ରକ୍ତ ଟକ୍ ଟକ୍ ଫୁଟୁଅଛି ! କିନ୍ତୁ ବିବଶ ମୁଁ: ଆତିଥ୍ୟରେ ଦେବତ୍ବଦର୍ଶନ ନିମିତ୍ତ ବଚନବଦ୍ଧ ।

ଏଣୁ ଏ ଖଡ୍ଗ ତୋଳି ଦେଲି ତୁମରି ହାତରେ । ଅତୁଳ ତାର ମହିମା, ମୋ ପୂର୍ବଜଙ୍କ ଅନେକ ବିଜୟର ବୈଜୟନ୍ତୀ ପ୍ରତୀକ । ଯୋଦ୍ଧା ତୁମେ, କର୍ମରେ ଆସିବ । ତୁମର କଲ୍ୟାଣ ହେଉ । ପିତୄହନ୍ତା ଉପରେ ପ୍ରତିଶୋଧ ନେବାକୁ ମାତ୍ର ମୁଁ ଅସ୍ତ୍ର ଧାରଣ କରିଥିଲି, ଅନ୍ୟଥା ହିଂସା ବହୁକାଳୁ ପରିହାର କରିଅଛି । ଏବେ ଏଥିରେ ମୋର କି ପ୍ରୟୋଜନ ?

ନିଶାର୍ଦ୍ଧର ଏ ହାଡଭଙ୍ଗା ଜାଡ ଭିତରେ ସାହାରାର ନିର୍ଜନ ବାଲଲୁକାମୟ ପ୍ରାନ୍ତରରେ ମୋତେ ହଜିବାକୁ, ମରିବାକୁ ଦିଅ ।

ମୋ ପତ୍ର ରହିଲା, ଲେଖିଦେଇଛି ଏ ତମ୍ଭୁ ଓ ତହିଁର ସମସ୍ତ ସଂପତ୍ତି ଆଗାମୀ ପ୍ରଭାତରୁ ତୁମର ବୋଲି । ବିଦାୟ !


Rate this content
Log in