Quotes New

Audio

Forum

Read

Contests


Write

Sign in
Wohoo!,
Dear user,
ଚୋର
ଚୋର
★★★★★

© Subhakanta Sahu

Others

2 Minutes   7.5K    17


Content Ranking

ପିଲାଟି ଅତି କରୁଣ ଭାବେ ଅଫିସରଙ୍କ ମୁହଁକୁ ଚାହିଁ କହୁ ଥିଲା,”ସାର୍, ମୋତେ ଛାଡି ଦିଅନ୍ତୁ । ଚୋରି କରିବା ମୋର ଇଛା ନଥିଲା ମୁଁ ଅନେକ ଚେଷ୍ଟା କରିଛି ମୋ ଟିକି ଭଉଣୀ ପାଇଁ ପେଟକୁ ଶୁଖିଲା ରୁଟି ଖଣ୍ଡେ ଓ ଔଷଧ ଟିକେ ଯୋଗାଇ ଦେବାକୁ କେତେ ବାବୁଙ୍କ ଗୋଡ ଧରି ନେହୁରା ହେଲି । ସମସ୍ତେ ପାଦରେ ଠେଲି ଦେଇ ଚାଲିଗଲେ । କେତେ ହୋଟେଲ୍ ବାଡି ଦୋକାନରେ କାମ ପାଇବା ପାଇଁ ଗୁହାରି କରିଛି । ହେଲେ କେହି ମୋତେ କାମ ଖଣ୍ଡେ ବି ଦେଇ ନାହାନ୍ତି । ସମସ୍ତେ କହିଲେ, “ଶ! ଏଇ ପୁଣି କାମ କରିବ । ଯା ଯା ବାହାରି ଯା । ଭିକ ମାଗିବା ପାଇଁ ରାସ୍ତା କଡେ ମୋ ପିନ୍ଧା ସାର୍ଟକୁ ପକାଇ ଦେଇଛି, ହେଲେ ପଇସାଟିଏ ତ ଦୂରର କଥା ମୋ ଆଡକୁ କେହି ଚାହିଁଲେ ନାହିଁ ମଧ୍ୟ । ଟିକି ଭଉଣୀଟି ମୋର ଜ୍ୱରରେ ଥରୁଥିଲା । ଡାକ୍ତର ବାବୁଙ୍କ ଗୋଡ ଧରିଲି । ଔଷଧ ଟିକେ ତ ଦେବା ଦୂରର କଥା, ପଦେ କଥା ହେବାପାଇଁ ୨୦ ଟଙ୍କା ମାଗିଲେ । ଗାଁ ମୁଖିଆଙ୍କ ବଡପୁଅ ମୋ ବୋଉର ତଣ୍ଟି ଚିପି ମାରିଦେଇ ‘ଦଉଡି ଦେଇ ମରିଯାଇଛି’ ବୋଲି କହିଲା । ତାଙ୍କଠି ବାପା ଘରର ଜମି ବନ୍ଧକ ରଖି ଟଙ୍କା ଆଣିଥିଲେ । ସେ ଆମକୁ ଘରୁ ବାହାର କରିଦେଲେ । ଆପଣ ପ୍ରଥମେ ମୋ ଭଉଣୀକୁ ଭଲ କରିଦିଅନ୍ତୁ, ଆମେ କାମ କରି ଆପଣଙ୍କ ଟଙ୍କା ଶୁଝିଦେବୁ । ହେଲେ ମୋତେ ଗୋଡରେ ଆଡେଇଦେଇ ‘ଶ!’ କହି ଆଗକୁ ଚାଲିଗଲେ । ମୁଁ କ’ଣ କରିଥାନ୍ତି ? ବାବୁ ଜଣକ ରାସ୍ତା କଡରେ ଟଙ୍କା ଗଣୁଥିଲେ । ମୋ ଟିକି ଭଉଣୀକୁ ରୁଟି ଖଣ୍ଡେ ଦେବା ପାଇଁ ଅ।ଉ ଔଷଧ ଟିକେ ଦେବା ପାଇଁ ମୋଟେ ୧୦ ଟଙ୍କା ମାଗିଲି ଅ।ଉ ମନା କରିବାରୁ ଝାମ୍ପି ଆଣିଲି । ମୋ ଭଉଣୀ ମୋତେ ନପ।ଇ ମରିଯିବ ଆଜ୍ଞ। । ମୁଁ ଜଗନ୍ନାଥଙ୍କ ରାଣ ଖାଇ କୁହିଛି ଆଜ୍ଞା ।,ମରିଯିବି ପଛେ ଏମିତି ଆଉ ଚୋରି କରିବି ନାହିଁ” । ପୋଲିସ୍ ବାବୁ କହିଲେ, “ଥାଉ ଥାଉ ମୋତେ ଆଉ ଏସବୁ ଶୁଣାନା ବେ! ଏଳା ଚୋରି କରି ପୁଣି ମିଛ କଥା କହୁଛୁ । ଶଳା ଚୋରାଇଛୁ ତ ଆଉ ବା କ’ଣ କହିଥାନ୍ତୁ । ଏଣୁତେଣୁ କହିଲେ ମୁଁ କ’ଣ ଛାଡିଦେବି? ଚାଲ୍ ଶଳା ପଞ୍ଜୁରି ଭିତରେ ଦି’ ପାହାର ଖାଇଲେ ସିଧା ପଡିଯିବୁ ।

ଗୋପବନ୍ଧୁ ହାଇସ୍କୁଲ୍, ପୋଲସରା, ଗଂଜାମ,

ପିଲାଟି କରୁଣ ଅଫିସର୍

Rate the content


Originality
Flow
Language
Cover design

Comments

Post

Some text some message..