Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Anirudha Pradhan

Others

3  

Anirudha Pradhan

Others

PREMA DEEPALI

PREMA DEEPALI

1 min
14.2K


ପ୍ରେମ ଦୀପାଳି

 ମନ ର ଦୀପ ରେ ରଖି……………….ଆଶା ର ସଳିତା

ପ୍ରେମ ର ଦୀପାଳି ଜାଳି…………………କରୁଥିଲି ଚ଼ିନ୍ତା

କିଏ ହେବ ମୋ,ର ସାଥି………...…କିପରି ବିତିବ ରାତି,

ସତେ କି ନିଷ୍ଠୁର ଅଟେ………..…………ଏ ନୀରବତା 

 

 ଗାଉଛି କିଏସେ ଗୀତ……………....……କାହାର ଏ ସୁର

ନୀରବତା ଭଂଗ କରି…………...…….ବାଜୁଛି ନୁପୂର

ନଜର ସୀମାନ୍ତେ ଉଭା……......ପୁଷ୍ପ ରେ ଶୋଭିତ ଗଭା,

କିଏ ଗୋ ରୂପସୀ ତୁମେ……….….…….ଚ଼ିର-ସୁନ୍ଦର

 

ପ୍ରକୃତି କୋଳେ ବା ଅଛି…………….….କିଏ ତୁମ ତୁଲ

ମୋ ମାନସ ସରୋବରେ………….…ତୁମେ ଏକା ଫୁଲ

ଦେଖିଛି ସପନେ ପରୀ………..….ତୁମେ ସବୁଠୁଁ ସୁନ୍ଦରୀ

ଭାବନା କୁ ଥରେ ମୋ,………………ଦେଇଯା ମୂଲ

 

ଦୀପାବଳୀ ର ସନ୍ଧ୍ୟା ରେ…...….ତୁମେ ମୋ,ର ଜ୍ୟୋତି

ତୁମ ବିନା ଜୀବନ ମୋ,…………….ଅମାବାସ୍ୟା ରାତି

ଆସ ମୋ, ପୂନେଇଁ ଜହ୍ନ…...…ମୋ,ଆକାଶ ମେଘାଚ୍ଛନ

ବାଦଲ ଓଢ଼ଣୀ ଢ଼ାଂକି……….………….ଲୁଚନି ସାଥି

 

ମନ ର ମାନସୀ ଆସ……………….ବିତି ଯାଏ ନିଶି

ତୁମରି ସ୍ୱାଗତେ ଦୀପ…………….…ଜାଳୁଛି ମୁଁ ବସି

ଆଶା ମୋ ଗଲେ ମଉଳି……..…ଲିଭିଯିବ ଏ ଦୀପାଳି

ଢ଼ାଳିଯାଓ ମୋ,ଦୀପ ରେ……..………ଥରୁଟେ ଖୁସି

 

ଚ଼ନ୍ଦ୍ରମା କୁ ଡାକୁ ଥିଲି………..…….ଆସିଲା ସବିତା

ଖୁସି ଟିକେ ମାଗିଥିଲି…………….ପାଇଲି ମୁଁ ବ୍ୟଥା

ସତ ନୁହେଁ କଳପନା………....ଥିଲା ମନ ର ଭାବନା

ଆଖି ଯେବେ ଖୋଲିଲି……..…ମୁଁ, ଫେରିଲା ଚେତା

 

ଖୁସି ବିନା କ୍ଷୀଣ ହେଲା………...ପ୍ରେମ ର ଦୀପାଳୀ

ଆଶା ର ସଳିତା ଗଲା………….ଦୁଃଖ ରେ ଝାଉଁଳି

ଏଇ ବନ ତରୁଲତା…..…ଦେଖୁଥିଲେ ମୋ,ର ବ୍ୟଥା

ଲୁହ ରେ ଲିଭିଲା ମୋ,….……..ପ୍ରେମ-ଦୀପାଳୀ 

___________________________________________________________________________

ଅନିରୁଦ୍ଧ ପ୍ରଧାନ, ମଣ୍ଡପଡା, ପଟ୍ଟାମୁଣ୍ଡାଇ, କେନ୍ଦ୍ରାପଡା, ଡିଶା-754215.   ( ମୋବାଇଲ୍ ନଂ-09899156902 )

 


Rate this content
Log in

More oriya story from Anirudha Pradhan