STORYMIRROR

Anirudha Pradhan

Others

4  

Anirudha Pradhan

Others

SEEMA

SEEMA

1 min
28.5K


ସୀମା

ବିଶ୍ୱାସ ରେ କେବେ କ,ଣ ଥାଏ କେଉଁ ସୀମା ..

ବୁଝିପାରିଥିଲେ ଡେଇଁନଥାନ୍ତି ମୁଁ ଜମା ............

 

ଅଜାଣତେ କରିଲି ମୁଁ ଏମିତିକା ଦୋଷ ..........

ଚ଼ାହୁଁ ଚ଼ାହୁଁ ବିଶ୍ୱାସ ରେ ମିଶିଗଲା ବିଷ ...........

ସମୟ କରିଲାନାହିଁ ଥରୁଟିଏ କ୍ଷମା ...............

ବୁଝିପାରିଥିଲେ ଡେଇଁନଥାନ୍ତି ମୁଁ ସୀମା ..........

 

ତର୍କ ବିନା ମାନିନେବା ବିଶ୍ୱାସ ର ଧର୍ମ ...........

ନିଜଠୁଁ ଅଧିକ କରେ ଅନ୍ୟକୁ ସେ,ପ୍ରେମ ........

ମାନିଗଲି .... ପ୍ରେମ କଲି, ଭୁଲିଗଲି ସୀମା ....

ବୁଝିପାରିଥିଲେ ଡେଇଁନଥାନ୍ତି ମୁଁ ସୀମା ..........

 

ବିଶ୍ୱାସ ମୋ, କେତେବେଳେ ହୋଇଗଲା ଅନ୍ଧ

ମନ ସାଥେ ଡେଇଁଗଲା ବିବେକ ର ବନ୍ଧ ........

ପରଖିବା ବିଚ଼ାର ମୋ, ଆସିଲାନି ଜମା ........

ବୁଝିପାରିଥିଲେ ଡେଇଁନଥାନ୍ତି ମୁଁ ସୀମା .........

 

ବିଶ୍ୱାସ କରିଲି ବୋଲି ଦେଲା ପ୍ରତାରଣା .......

ଗଳା-ହାର ହେବି ବୋଲି, ହେଲି ମୁଁ ଗହଣା ...

ଭାବିଲା ବାମନ ମୋତେ, ନିଜକୁ ଚ଼ନ୍ଦ୍ରମା .......

ବୁଝିପାରିଥିଲେ ଡେଇଁନଥାନ୍ତି ମୁଁ ସୀମା .........

 

ବିଶ୍ୱାସ ରେ କେବେ କ,ଣ ଥାଏ କେଉଁ ସୀମା ..

ବୁଝିପାରିଥିଲେ ଡେଇଁନଥାନ୍ତି ମୁଁ ଜମା ............

-----------------------------------------------------------

ଅନିରୁଦ୍ଧ ପ୍ରଧାନ, ମଣ୍ଡପଡ଼ା, ପଟ୍ଟାମୁଣ୍ଡାଇ, କେନ୍ଦ୍ରାପଡ଼ା,

ଓଡ଼ିଶା - 754215. (ମୋବାଇଲ ନଂ. 09899156902)

 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya story from Anirudha Pradhan

SEEMA

SEEMA

1 min ପଢ଼ନ୍ତୁ

PREMA DEEPALI

PREMA DEEPALI

1 min ପଢ଼ନ୍ତୁ

" TUME EKAA S...

" TUME EKAA S...

1 min ପଢ଼ନ୍ତୁ

DUKHHA BI JAR...

DUKHHA BI JAR...

1 min ପଢ଼ନ୍ତୁ