STORYMIRROR

Anirudha Pradhan

Others

3  

Anirudha Pradhan

Others

DUKHHA BI JARURI

DUKHHA BI JARURI

1 min
14K


ଦୁଃଖ ବି ଜରୁରୀ

ଜୀବନରେ ସୁଖ ନୁହେଁ, ଦୁଃଖ ବି ଜରୁରୀ ...

ଏ ଭବସାଗରୁ ଥରେ, ହେବା ପାଇଁ ପାରି ...

କେମିତି କହିବି ପ୍ରଭୂ ଦୁଃଖ ନିଅ ହରି ... ମୋ,ର ଦୁଃଖ ନିଅ ହରି ...

 

ଦୁଃଖ ଥିଲେ, ସାଥେ ସଦା ତୁମେ ରୁହ ମନେ ...

ସୁଖରେ ଥରୁଟେ ସୁଦ୍ଧା, ଆସନି ସପନେ ...

ସୁଖ ଭଲ, ଦୁଃଖ ମନ୍ଦ ଭାବିବି କିପରି ...

କେମିତି କହିବି ପ୍ରଭୂ ଦୁଃଖ ନିଅ ହରି ... ମୋ,ର ଦୁଃଖ ନିଅ ହରି ...

 

ଦୁଃଖର ନିଆଁରେ ଯେତେ ଜଳେ ମୋ,ର ମନ ...

ପରିପକ୍ୱ ହୁଏ ନିତ୍ୟ ଲଭେ ଦିବ୍ୟଜ୍ଞ୍ୟାନ ...

ଜୀବନ ରୁ ଅନ୍ଧକାର ଯାଏ ଅପସରି ...

କେମିତି କହିବି ପ୍ରଭୂ ଦୁଃଖ ନିଅ ହରି ... ମୋ,ର ଦୁଃଖ ନିଅ ହରି ...

ତୁମ ବିନା, ସୁଖ ବୋଲି ଅଛି କେଉଁ ସୁଖ...

ତୁମେ ରୁହ ମୋ, ଅନ୍ତରେ ଦିଅ ଯେତେ ଦୁଃଖ...

ଦୁଃଖ ସହିବାକୁ ମନେ, ଦିଅ ଶକ୍ତି ଭରି...

କେମିତି କହିବି ପ୍ରଭୂ ଦୁଃଖ ନିଅ ହରି ... ମୋ,ର ଦୁଃଖ ନିଅ ହରି ...

____________________________________________________________________

ଅନିରୁଦ୍ଧ ପ୍ରଧାନ,  ମଣ୍ଡପଡ଼ା, ପଟ୍ଟାମୁଣ୍ଡାଇ, କେନ୍ଦ୍ରାପଡ଼ା, ଓଡିଶା-754215   ( ମୋବାଇଲ୍ ନଂ- +919899156902 )


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya story from Anirudha Pradhan

SEEMA

SEEMA

1 min ପଢ଼ନ୍ତୁ

PREMA DEEPALI

PREMA DEEPALI

1 min ପଢ଼ନ୍ତୁ

" TUME EKAA S...

" TUME EKAA S...

1 min ପଢ଼ନ୍ତୁ

DUKHHA BI JAR...

DUKHHA BI JAR...

1 min ପଢ଼ନ୍ତୁ