PREMA DEEPALI
PREMA DEEPALI
ପ୍ରେମ ଦୀପାଳି
ମନ ର ଦୀପ ରେ ରଖି……………….ଆଶା ର ସଳିତା
ପ୍ରେମ ର ଦୀପାଳି ଜାଳି…………………କରୁଥିଲି ଚ଼ିନ୍ତା
କିଏ ହେବ ମୋ,ର ସାଥି………...…କିପରି ବିତିବ ରାତି,
ସତେ କି ନିଷ୍ଠୁର ଅଟେ………..…………ଏ ନୀରବତା
ଗାଉଛି କିଏସେ ଗୀତ……………....……କାହାର ଏ ସୁର
ନୀରବତା ଭଂଗ କରି…………...…….ବାଜୁଛି ନୁପୂର
ନଜର ସୀମାନ୍ତେ ଉଭା……......ପୁଷ୍ପ ରେ ଶୋଭିତ ଗଭା,
କିଏ ଗୋ ରୂପସୀ ତୁମେ……….….…….ଚ଼ିର-ସୁନ୍ଦର
ପ୍ରକୃତି କୋଳେ ବା ଅଛି…………….….କିଏ ତୁମ ତୁଲ
ମୋ ମାନସ ସରୋବରେ………….…ତୁମେ ଏକା ଫୁଲ
ଦେଖିଛି ସପନେ ପରୀ………..….ତୁମେ ସବୁଠୁଁ ସୁନ୍ଦରୀ
ଭାବନା କୁ ଥରେ ମୋ,ର………………ଦେଇଯା ମୂଲ
ଦୀପାବଳୀ ର ସନ୍ଧ୍ୟା ରେ…...….ତୁମେ ମୋ,ର ଜ୍ୟୋତି
ତୁମ ବିନା ଜୀବନ ମୋ,…………….ଅମାବାସ୍ୟା ରାତି
ଆସ ମୋ, ପୂନେଇଁ ଜହ୍ନ…...…ମୋ,ଆକାଶ ମେଘାଚ୍ଛନ
ବାଦଲ ଓଢ଼ଣୀ ଢ଼ାଂକି……….………….ଲୁଚନି ସାଥି
ମନ ର ମାନସୀ ଆସ……………….ବିତି ଯାଏ ନିଶି
ତୁମରି ସ୍ୱାଗତେ ଦୀପ…………….…ଜାଳୁଛି ମୁଁ ବସି
ଆଶା ମୋ ଗଲେ ମଉଳି……..…ଲିଭିଯିବ ଏ ଦୀପାଳି
ଢ଼ାଳିଯାଓ ମୋ,ଦୀପ ରେ……..………ଥରୁଟେ ଖୁସି
ଚ଼ନ୍ଦ୍ରମା କୁ ଡାକୁ ଥିଲି………..…….ଆସିଲା ସବିତା
ଖୁସି ଟିକେ ମାଗିଥିଲି…………….ପାଇଲି ମୁଁ ବ୍ୟଥା
ସତ ନୁହେଁ କଳପନା………....ଥିଲା ମନ ର ଭାବନା
ଆଖି ଯେବେ ଖୋଲିଲି……..…ମୁଁ, ଫେରିଲା ଚେତା
ଖୁସି ବିନା କ୍ଷୀଣ ହେଲା………...ପ୍ରେମ ର ଦୀପାଳୀ
ଆଶା ର ସଳିତା ଗଲା………….ଦୁଃଖ ରେ ଝାଉଁଳି
ଏଇ ବନ ତରୁଲତା…..…ଦେଖୁଥିଲେ ମୋ,ର ବ୍ୟଥା
ଲୁହ ରେ ଲିଭିଲା ମୋ,ର….……..ପ୍ରେମ-ଦୀପାଳୀ
___________________________________________________________________________
ଅନିରୁଦ୍ଧ ପ୍ରଧାନ, ମଣ୍ଡପଡା, ପଟ୍ଟାମୁଣ୍ଡାଇ, କେନ୍ଦ୍ରାପଡା, ଓଡିଶା-754215. ( ମୋବାଇଲ୍ ନଂ-09899156902 )