ଜାତି
ଜାତି
ଗାଁ ର ନାଁ ଶାନ୍ତିପୁର । ସବୁ ବର୍ଗର ଲୋକ ଗାଁ ରେ ବାସ କରିଥାନ୍ତି ।ଗାଁ ବାସିନ୍ଦା ମାଗୁଣି ତିଆଡି ,ପରିବାର କହିଲେ ପତ୍ନୀ ସୀତା ଦେବୀ ଓ ଏକମାତ୍ର ପୁଅ ସିମନ୍ ।ସେଥିଲେ ସକୀର୍ଣମନା ।ପୁଅ 'ସିମନ୍" ଗାଁ ଚାଟଶାଳୀର ପଞ୍ଚମ ଶ୍ରେଣୀ ଛାତ୍ର ।ମା' ଙ୍କର ଆକଟ ଆମେ ଉଚ୍ଚ ଜାତିରେ ଜନ୍ମ କା ସହ ମିଳାମିଶା କରିବୁ ନାହିଁ ।। ଲିପୁନ୍ ଥିଲା ସେହି ଗାଁର ଜଣେ ହରିଜନ ଵାଳକ ଓ ସିମନ୍ ର ସହପାଠୀ । ଲିପୁନ୍ ମଧ୍ୟ ଶ୍ରେଣୀରେ ଭଲପଢେ। ହରିଜନବାଳକ ଵୋଲି ତାସହ ପ୍ରାୟ କେହି ମିଳାମିଶା କରନ୍ତି ନାହିଁ। ଲିପୁନ୍ ମା ଙ୍କୁ ଆସି ପଚାରେ ମା ''ଶ୍ରେଣୀରେ ସମସ୍ତେ ମିଳିମିଶି କରନ୍ତି ହେଲେ ମତେ କେହି ମିଶାନ୍ତି ନାହିଁ କାହିଁକି'' ? ମା 'ପୁଅକୁ ଆଉସି ଦେଇ କହନ୍ତି,ପୁଅରେ ଆମେ ଛୋଟ ଜାତିରେ ଜନ୍ମ ସେମାନଙ୍କ ସହ ସମକକ୍ଷ ହୋଇ ପାରିବା ନାହିଁ,-----ମନଦେଇ ପାଠ ପଢ ଵଡମଣିଷ ହୋଇ ସମସ୍ତଙ୍କ ସେବାକର ,ଯଶ ସମ୍ମାନ ପାଇବୁ । ଦିନକର ଘଟଣା ସିମନ୍ ଓ ଲିପୁନ୍ ଆଗପଛ ହୋଇ ବିଦ୍ୟାଳୟରୁ ଫେରୁଥାନ୍ତି,ଜଣେ ଯୁବକ ମଟର ସାଇକେଲରେ ଆସି ସିମନ୍ କୁ ଧକ୍କା ଦେଇ ଚାଲିଗଲା। ସିମନ୍ ତଳେପଡି ଝଟପଟ ହେଉଥାଏ ,ଲିପୁନ୍ ପାଖରେ ଆସି ପହଞ୍ଚିଲା। ସେ ସିମନ୍ ର ଏହି ଅବସ୍ତା ଦେଖି ଆଉ କାଳବିଳମ୍ବ ନ କରି ଡାକ୍ତର- ଖାନାକୁ ନେଇ ସିମନ୍ ର ଜୀବନ ରକ୍ଷା ପାଇ ଅନୁରୋଧ କଲା । ଡାକ୍ତର ଦେଖିଲେ ପିଲାଟିର ଅବସ୍ତା ଅତିଗୁରୁତର ସଙ୍ଗେସଙ୍ଗେ ରକ୍ତ ଦିଆନଗଲେ ବଞ୍ଚିବା କଷ୍ଟକର ସେ (ଡାକ୍ତର ) ଲିପୁନ୍ କୁ ସବୁ କଥା କହିଲେ ,ଲିପୁନ୍ ମଧ୍ୟ ରକ୍ତଦେବାପାଇ ରାଜିହୋଇଗଲା। ଡାକ୍ତର ଲିପୁନ୍ ଠାରୁ ଖବର ନେଇ ସିମନ୍ ଘରଲୋକଙ୍କୁ ଖବର ଦେଲେ, ପୁଅର ଦୁର୍ଘଟଣା ଶୁଣି ଉଭୟେ ବାପା ମା'ଡାକ୍ତରଖାନାକୁ ଦୌଡି ଆସି ଦେଖିଲେ , ପୁଅ ବେଡ୍ ରେ ସଞ୍ଗା ହୀନଭାବରେ ଶୋଇଥାଏ ।ମାଗୁଣି ଵାବୁ ବିକଳର ସହ ଡାକ୍ତରଙ୍କୁ ପୁଅକଥା ପଚାରିଲେ ।ଡାକ୍ତର କହିଲେ ''ଏହି ଲିପୁନ୍ ଯୋଗୁଁ ତୁମ ପୁଅର ଜୀବନ ରକ୍ଷା ହୋଇଗଲା , ସେ ନିଜେ ରକ୍ତ ଦେଇତୁମ ପୁଅର ଜୀବନ ବଞ୍ଚାଇଛି''। ଏହାଶୁଣି ସିମନ୍ ର ମା' ଲିପୁନ୍ ପାଖକୁ ଦୌଡି ଯାଇ ତାକୁ କୁଣ୍ଢେଇ ପକାଇ ଥିଲେ ଓ ପିଲାଙ୍କ ଭଳି କାନ୍ଦି କାନ୍ଦି ଲିପୁନ୍ ପ୍ରତି ଥିବା ଘୃଣାଭାବ ପାଇଁ କ୍ଷମା ମାଗିଥିଲେ। କହିଥିଲେ ଆଜିଠାରୁ ତୁ ମୋର ପୁଅଭଳି ,ଆଉରି ମଧ୍ୟ କହିଥିଲେ ଜାତି ନୁହେଁ ଗୁଣହି ମଣିଷର ପରିଚୟ ।ଆମେ ସମସ୍ତେ ଇଶ୍ବରଙ୍କ ସନ୍ତାନ।। ପିଲାଏ ଲିପୁନ୍ ଭଳି ଭଲକାମ କର ବଡମଣିଷ ହୁଅ ।।