Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sriya Pattnaik

Others

4.5  

Sriya Pattnaik

Others

ବେଡ୍ ନ.୧୪ , ରୋଗୀ ନ. ୧୪୩

ବେଡ୍ ନ.୧୪ , ରୋଗୀ ନ. ୧୪୩

5 mins
160


ନିସ୍ତବ୍ଧ ଶୁନଶାନ୍ରାତି। ସମୟ ପ୍ରାୟ ଦୁଇଟା। ହଟାତ୍ ଆମ୍ବୁଲାନ୍ସର ଶବ୍ଦ ଶୁନଶାନ୍ରାତିର ନିରବତକୁ ଚିରି ହସ୍ପିଟାଲ୍ର ସମସ୍ତ କର୍ମଚାରୀଙ୍କୁ ଯେମିତି ଚଳଚଞ୍ଚଳ କରିଦେଇଥିଲା। ଆମ୍ବୁଲାନ୍ସରୁ ରୋଗୀ ବାହାରିବା ପରେ ଦାୟିତ୍ଵରେ ଥିବା ଡାକ୍ତର ପ୍ରାଥମିକ ଚିକିତ୍ସା କରିବାକୁ ଉପଦେଶ ଦେଲେ। ମୁଁ ଡାକ୍ତରଙ୍କ କହିବା ଅନୁସାରେ ରୋଗୀର ପାଖକୁ ଯାଇ ଦେଖିଲି ଯେରୋଗୀ ଟି ଅତ୍ୟଧିକ ଜ୍ଵର ସହିତ କାଶ ଓ ଚିଙ୍କରେ ଆକ୍ରାନ୍ତ। ସଙ୍ଗେ ସଙ୍ଗେ ଡାକ୍ତରଙ୍କୁ ଖବର କରିଦେଲି। ହଁ ମୋ ପରିଚୟରେ ମୁଁ ଜଣେ ନର୍ସ ।ଗୋଟେ ଘରୋଇ ହସ୍ପିଟାଲ୍ରେ ହେଡ୍ ନର୍ସ ଭାବେ କାର୍ଯ୍ୟରତ। ସହର ତମାମ୍ କର୍ଫ୍ୟୁର ବାତାବରଣ,ପୁରା ଭାରତ ବର୍ଷରେ ଦୀର୍ଘ ୧୦ ଦିନ ହେଲା ସଂଗରୋଧ ବା ଲକ୍ ଡାଉନ୍ର ପରିସ୍ଥିତି । ଚାରିଆଡେ କରୋନା ନାମି ମହାମାରୀର ଭୟ। ଯଦିଓ ଭାରତରେ ଆଜିର ସ୍ଥିତି ଆୟତ୍ତରେ ଅଛି ହେଲେ ମଧ୍ୟ ସରକାର ଏଥିପାଇଁ ଗୁରୁତ୍ଵର ସହ ମୁକାବିଲା ପାଇଁ ପ୍ରସ୍ତତି କରିଛନ୍ତି। ତେଣୁ ହସ୍ପିଟାଲ୍ରେ ଦିନରାତି ସଜାଗ।ଯେ କେହି ବିରୋଗୀ ଆସିଲେ ଆମେ ସତର୍କତମୂଳକ ପଦକ୍ଷେପ ଅନୁସରଣ କରି ଦାୟିତ୍ଵରେ ଥିବା ଡାକ୍ତରଙ୍କୁ ଅବଗତ କରାଇଦେଉ।ସେଦିନ ବି ଠିକ୍ ସେହିପରି ହୋଇଥିଲା।ରୋଗୀର ଲକ୍ଷଣ ଦେଖି ମୁଁ ଡାକ୍ତର ବିଭୂତିଙ୍କୁ ଅବଗତ କରାଇଦେଲି। ସଙ୍ଗେ ସଙ୍ଗେ ଡାକ୍ତର ଲକ୍ଷଣରୁ ଯେମିତି କିଛି ଜାଣିପାରିଲେ ଓ ଆମକୁ ତୁରନ୍ତ ନିର୍ଦେଶ ଦେଲେରୋଗୀ କୁ ଅନ୍ୟରୋଗୀଙ୍କ ପାଖରୁ ଅଲଗା କରିରଖିବାକୁ।ମୁଁ ମୋ ସହଯୋଗୀଙ୍କ ସାହାଯ୍ୟରେ ଅନ୍ୟ ଏକ ଭିନ୍ନ କକ୍ଷ କୁ ସ୍ଥାନାନ୍ତର କରେଇଦେଲି। ଡାକ୍ତରଙ୍କ ନିର୍ଦେଶ ଥିଲା ସେରୋଗୀ ଯେଉଁ ସ୍ଥାନର ସଂସ୍ପର୍ଶରେ ଆସିଥିଲେ ସବୁ କୁ ଭଲ ଭାବେ ପୋଛାସଫା କରିବାକୁ। ଡାକ୍ତରଙ୍କ ନିର୍ଦେଶରୁ ବାରିହେଉଥିଲ ଯେମିତି କିଛି ଅଜଣା ଭୟ ମାଡ଼ି ଆସୁଛି।


ତୁରନ୍ତ ସବୁ କର୍ମଚାରୀଙ୍କୁ ନିର୍ଦ୍ଦେଶ ହେଲା ସେହିରୋଗୀ କୁ ସାଧାରଣ ଲୋକଙ୍କୁ ବାରଣ କରିବାକୁ ଓ ଯିଏ ବିରୋଗୀର ଦାୟିତ୍ଵରେରହିବେ ମୁହଁରେ ମାସ୍କ୍ ଓ ହାତରେ ଗ୍ଲୋବସ୍ ବ୍ୟବହାର ବିନାରୋଗୀର ସଂସ୍ପ୍ରାର୍ଷରେ ଆସିବେ ନାହିଁ। ତା ସହିତ ମୋତେ ନିର୍ଦ୍ଦେଶ ହେଲା ସେହିରୋଗୀରରକ୍ତ ଓ ଅନ୍ୟାନ୍ୟ ନମୁନା ସଂଗ୍ରହ କରି ପରୀକ୍ଷା ପାଇଁରାଜ୍ୟ ଚିକିତ୍ସା ଅନୁସନ୍ଧାନକୁ ପଠାଇବାକୁ।ନିର୍ଦେଶ ଅନଯାୟୀରୋଗୀ ଠାରୁରକ୍ତ ଓ ଅନ୍ୟାନ୍ୟ ନମୁନା ଆଣି ପଠେଇଦେଲି। ଏତେ ବେସ୍ତରେ କେତେବେଳେରାତି ପାହି ସକାଳ ହେଇଗଲାଣି ଜଣା ବି ପଡିଲାନି। ମୋ ଡିଉଟି ସାରିଲା ଓ ମୁଁରହୁଥିବା ହଷ୍ଟେଲ କୁ ଆସିଗଲି। ନିତ୍ୟକର୍ମ ସାରି ଟିକିଏ କଣ ଦିଟା ଖାଇଦେଇ ବିଶ୍ରାମ ନେଲି। ସମୟ ପ୍ରାୟ ୫.୩୦ ଅପରାହ୍ନ। ହସ୍ପିଟାଲ୍ ଡିଉଟି ପାଇଁ ବାହାରିଲି ।


ସେଠାରେ ପହଞ୍ଚିଲା ପରେ ଦେଖିଲି ସେହି ରୋଗୀର ରିପୋର୍ଟ ଆସିଯାଇଛି।ରିପୋର୍ଟ ଖୋଲି ଦେଖଲି ରୋଗୀ ଟି କରୋନା ମହାମାରୀରେ ସଂକ୍ରମିତ ହୋଇଛି। ଏହି ଖବର ଡାକ୍ତର ବିଭୂତିଙ୍କୁ ଅବଗତ କରାଇ ଦେଲି। ଡାକ୍ତର ତୁରନ୍ତ ନିର୍ଦ୍ଦେଶ କଲେ ଏହିରୋଗୀ କୁ କରୋନା ପାଇଁ ଥିବା ବିଶେଷ ବିଭାଗ କୁ ସ୍ଥାନାନ୍ତର କରିବାକୁ।ମୁଁ ଆଉ ବିଳମ୍ବ ନ କରି ଉକ୍ତରୋଗୀ କୁ ସେହି କକ୍ଷରୁ କରୋନା ବିଭାଗ କୁ ସ୍ଥାନାନ୍ତର କରିଦେଲି। ସେରୋଗୀଙ୍କ ପୁନଃ ପଞ୍ଜିକରଣ କରିବାକୁ ପଡିଲା । ଉକ୍ତରୋଗୀ କରୋନା ବିଭାଗର ୧୪ ନ. ବେଡ୍ ଓରୋଗୀର ନ. ୧୪୩ରେ ପଞ୍ଜିକୃତ ହେଲା ।ରୋଗୀର ଦାୟିତ୍ଵ ବି ମୋ ଉପରେ ନ୍ୟସ୍ତ ହୋଇଗଲା। ପ୍ରାଥମିକତା ଅନୁସାରେ ଯାହା କରିବାର ଥିଲା କରି ଚିକିତ୍ସା ଆରମ୍ଭ କରିଦେଲି। ଡାକ୍ତର ବିଭୂତି ଆସିରୋଗୀ ପାଇଁ ସାଲାଇନ ଓ ଇଞ୍ଜେକସନ ଆରମ୍ଭ କରିବାକୁ ଉପଦେଶ ଦେଲେ। ବିଳମ୍ବ ନ କରି ଚିକିତ୍ସା ଆରମ୍ଭ କରିଦେଲି।ରାତି ତମାମ ମୁଁ ସେହିରୋଗୀ ଟି ପାଖରେ ବସିଥାଏ।ରୋଗୀ ଟି ବହୁତ୍ ଛଟ ପଟ ହେଉଥାଏ। ବହୁ କଷ୍ଟରେରତିଟି କଟିଲା। ସକାଳୁ ସକାଳୁରୋଗୀ ଟି ଟିକିଏ ଶାନ୍ତ ହୋଇ ଶୋଇଥାଏ ଓ ଯେହେତୁ ମୋ ଡ଼ିଉଟି ସରିଯାଇଥିଲା ମୁଁ ହଷ୍ଟେଲ କୁ ଚାଲି ଆସିଲି।ହେଲେ ମନ ଯାଇକି ସେଇରୋଗୀ ପାଖରେ। ପୁଣି ସବୁଦିନ ପରି ଯେମିତି ଡିଉଟି ସମୟ ହେଲା ମୁଁ ହସ୍ପିଟାଲ୍ରେ ଯାଇ ପହଞ୍ଚିଲି।ରୋଗୀ ପାଖକୁ ଯାଇ ଦେଖିଲି ପରିସ୍ଥିତି ଆହୁରି ସଙ୍କଟାପନ୍ନ ହୋଇସାରିଛି।ରୋଗୀ କୁ ଭେନ୍ଟିଲେଟରରେ ରଖାଯାଇଛି । ଯେଉଁ ଅବସ୍ଥାରେ ରୋଗୀ ଟି ଶୋଇଥିଲା ଅତ୍ୟନ୍ତ ନିରୀହ , ଶାନ୍ତ, ନିଷ୍କପଟ ଯୁବକ ଟେ ପରି ଲାଗୁଥାଏ।ରୋଗୀ ଟିର ବୟସ ପ୍ରାୟ ୩୦ ବର୍ଷ ପାଖାପାଖି ହେବ। ସେଇଦିନ ବୋଧେ ନିରିଖି କରିରୋଗୀ ଟିକୁ ଦେଖିଲି ।ଆଉ ଦେଖିଲି ଯେ ଏମିତି ମୋତେ କାଇଁ ଭରି ଭଲ ଲାଗିଗଲେ ।ରୋଗୀ ଟିର ଫାଇଲ୍ ଆଉ ଥରେ ଭଲରେ ପଢିଲି ନାଆ ଟା ଦୀପକ କୁମାର ମହାନ୍ତି । ବୟସ ୨୯ ବର୍ଷ। ଓ ତାପରେ ଫୋନ ନ. ଟା ଚୁପ୍ କରି ମୋ ଫୋନରେ ସେଭ କରିଦେଲି । ଔଷଧରାତିସାରା ଚାଲୁଥାଏ ।ମୁଁ ମୋ ୱାର୍ଡରେ ମନ ଲାଗୁନଥାଏ । ଦୀପକଙ୍କୁ ଜଗି ବସିଥାଏ। ମଝିରେ ମଝିରେ ଅଚେତ୍ ଅବସ୍ଥାରେ ବି ହାତ ଗୋଡ଼ ଛାଟି ବହୁତ୍ ଅଝଟ ହେଉ ଥାନ୍ତି। ସେରାତି ମୋ ଭିତରେ ଗୋଟେ ବିରାଟ ବାରିବର୍ତ୍ତନ ଆଣି ଦେଇଥିଲା। ପୂର୍ବରୁ ଯାହାର ପରିଚୟ ବେଡ୍ ନ.୧୪ ,ରୋଗୀ ନ. ୧୪୩ ଭାବରେ ସମ୍ବୋଧନ କରୁଥିଲି ,ରାତି ପାହି ସକାଳ ହେଲା ବେଳକୁ ପରିଚୟ ତ ଦୀପକ ହୋଇଯାଇଛି ।


ଏ କଥା ଭାବି ମାନେ ମାନେ ବହୁତ୍ ଆନନ୍ଦ ଲାଗୁଥିଲା। ଏମିତି ଚାରି ଦିନ ଚିକିତ୍ସା ହେଲା ପରେ ଦୀପକଙ୍କ ଚେତା ଫେରିଲା ଓ ଡାକ୍ତର ତାଙ୍କୁ ଖାଦ୍ୟ ଆରମ୍ଭ କରିବାକୁ କହିଲେ। ମୁଁ ବି ତାଙ୍କୁ ଖାଦ୍ୟ ଖୁଆଇ ଦେଉଥାଏ। ଦୀପକ ସବୁ କିଛି ଜାଣିପାରୁଥିଲେ ଯେ ମୋର ତାଙ୍କ ପ୍ରତି ଦୁର୍ବଳତା ଆସିଯାଇଛି ବୋଲି । ଦିନେ ତାଙ୍କୁ ଖୁଆଇସାରିବା ପରେ ପ୍ରଥମ କରି ପଚାରିଲେ " ଆଛା ଆପଣଙ୍କ ନାଆ କଣ? " ଟିକିଏ ଟିକିଏ ହସ ହସ ମୁହଁରେ , ଲାଗୁଥିଲା ଯେମିତି ଦୀପକଙ୍କ ଆଖି ବହୁତ୍ କିଛି କହିବାକୁ ଚାହୁଁଛି। ମୁଁ କହିବାକୁ ଲାଗିଲି " ମୋ ନାମରେ କଣ ଅଛି "। ଦୀପକ ଅତ୍ୟନ୍ତ ମଧୁରତାର ସହ କହିଲେ " ହଁ ମ୍ୟାଡମ୍ ସେଇଟା ତ ଠିକ୍ କଥା, କିନ୍ତୁ ଏତେ ଦିନ ମୁଁ ଏଠି ଚିକିତ୍ସା ହେବା ଭିତରେ ଆପଣ ମୋ ପାଇଁ ଯାହା କରୁଛନ୍ତି ସେମିତି ଆଉ କେହି ବି କରିବେନି"। ନା ଦୀପକ ମୁଁ ଯାହା ବି କରିଛି ମୋର କର୍ତ୍ତବ୍ୟ ଗୋଟେରୋଗୀ ପାଇଁ ଯାହା ସେୟା କରିଛି , ମୁଁ ଆଉ କିଛି ଉତ୍ତର ନ ଦେଇ ସେଠାରୁ ମୋ ୱାର୍ଡ କୁ ଆସିଗଲି । ମୋ ମନ ବି କହୁଥିଲା ନାଆ ଟା କହିଦେବାକୁ , କିନ୍ତୁ କଣ ପାଇଁ କେଜାଣି ଗୋଟେ ଅଜଣା ଭୟ ମୋତେ ବାଧା ଦେଇଥିଲା।ଏମିତି ବି ଦୀପକ ମୋ ଚେହେରା କୁ ବି ଦେଖିନାହାନ୍ତି। ଯେତେବେଳେ ବି ତାଙ୍କ ସାମ୍ନା କୁ ଯାଏ ମୁହଁରେ ମାସ୍କ ଓ ଫୁଲ୍ କଭର୍ ଡ୍ରେସରେ , ତ ମୋର ଅଧିକା ଭାବନା ମୋ ପାଇଁ ଠିକ୍ ନୁହେଁ। ଏମିତି ନିଶ୍ଚିତ କରି ଦୀପକଙ୍କ ପାଖକୁ ଯାଏ କିନ୍ତୁ ନିଜକୁ ଦୂରେଇରଖିବାକୁ ବହୁତ୍ କଷ୍ଟ ହୁଏ। ମନଟା ଏମିତିରେ ବି ଭଲ ନଥାଏ ଟା ସାଙ୍ଗକୁ ମୋ କାନର ଝୁମୁକା ଗୋଟେ କୁଆଡେ ହଜିଯାଇଛି ଯେ ଖୋଜି ଖୋଜି ପାଉନି । ଏ ସବୁ ଭିତରେ ୧୫ ଦିନ ବିତି ସାରିଥାଏ। ଦିନେ ମୁଁ ହସ୍ପିଟାଲ୍ ପହଞ୍ଚି ଜାଣିବାକୁ ପାଇଲି ଦୀପକଙ୍କୁ ଡିଶ୍ଚାର୍ଜ୍ କରିଦିଆଯାଇଛି। ଏହା ଜାଣିବା ପରେ ଯେମିତି ଲାଗିଲା ମୋ ପଦ ତଳୁ ମାଟି ଖସିଯାଇଛି। ଲାଗୁଥିଲା ଯେମିତି ସବୁ କିଛି ହଟାତ୍ ସରିଗଲା। ବିଚଳିତ ହୋଇ ବସିପଡ଼ିଲି,ମୋର ମନେ ପଡିଲା ତାଙ୍କ ଫୋନ୍ ନ. ମୁଁରଖିଥିଲି। ତୁରନ୍ତ ତାଙ୍କ ପାଖକୁ ଯୋଗାଯୋଗ କରିଲି, ହେଲେ ଫୋନ୍ ବନ୍ଦ ଅଛି ଦେଖି ନିରାଶ ହୋଇଗଲି। କିଛି ଦିନପରେ ମୁଁ ଆମ ଗାଁ କୁ ଛୁଟିରେ ବୁଲିବାକୁ ଚାଲିଗଲି । ୧୦ ରୁ ୧୨ ଦିନରହିବା ପରେ ଆସି ଡିଉଟିରେ ଯୋଗ ଦେଲି। ସେଦିନରାତରେ ହଷ୍ଟେଲ ଯାଇ ଶୁଣିଲି ମୋ ପାଇଁ ଜଣେ କିଏ ଉପହାର ଟେ ଦେଇଛନ୍ତି।ମୋର ଜଣେ ସହକର୍ମୀଙ୍କ ପାଖରେ ସେ ଉପହାର ଟା ଥିଲା। ସେ ଆଣି ମୋତେ ଉପହାର ଟା ଦେଇ କହିଲେ କିଏ ଜଣେ ଦୀପକ ବାବୁ ତୁମ ପାଇଁ ଦେଇଛନ୍ତି। ମନର ଖୁସି କହିଲେ ନ ସରେ।ରୁମ୍ କୁ ଆସି ଖୋଲିକି ଦେଖେ ତ ମୋର କାନର ଝୁମୁକା। ଆଚାର୍ଯ୍ୟ କଥା ଏଇଟା ମୋର ହଜି ଯାଇଥିଲା ତାହା ପୁଣି ଦୀପକଙ୍କ ପାଖରେ। ଆଉ ଟିକଏ ଭଲରେ ଦେଖିଲି ଗୋଟେ ଛୋଟ କାଗଜରେ ଦୀପକଙ୍କ ଠିକଣା ଓ ଫୋନ୍ ନ. ଲେଖା ହୋଇଥିଲା। ସେଥିରେ ଲେଖା ଥିଲା "ପ୍ଲିଜ୍ କଲ୍ ମି ଅର୍ଜେନ୍ଟ "। ସେହିରାତିରେ ହିଁ ଯୋଗାଯୋଗ କରିବାକୁ ଚେଷ୍ଟା କରିଲି ହେଲେ ପୁଣି ଫୋନ୍ ବନ୍ଦ ଅଛି ।ରାତିରେ ମୋତେ ନିଦ ନଥାଏ ।ମୋ ସହକର୍ମୀମାନଙ୍କ କହିବା ଅନୁସାରେ ମୁଁ ଛୁଟିରେ ଗାଁକୁ ଯାଇଥିବା ସମୟରେ ଦୀପକ ଆସି ବହୁତ୍ ଖୋଜିଥିଲେ ଏବଂ ଫୋନ୍ରେ ଯୋଗାଯୋଗ କରିବାକୁ ଚେଷ୍ଟା ବି କରିଥିଲେ।ଯେହେତୁ ଆମ ଗାଁରେ ମୋ ଫୋନ୍ରେ ନେଟୱର୍କ ନଥିଲା ନିରାଶ ହୋଇ ହସ୍ପିଟାଲ୍ରୁ ଫେରି ପଳେଇଲେ। ସକାଳ ହେଲା ସେହି କାଗଜରେ ଲେଖା ଠିକଣା କୁ ଯାଇ ପହଞ୍ଚିଲି। ଫାଟକ ବନ୍ଦ ଥାଏ। ଜଣେ ଜଗୁଆଳି ଭାଇ ଥିଲେ ,ତାଙ୍କୁ ପଚାରିଲି "ଭାଇ ଦୀପକ ବାବୁଙ୍କ ଘର ଏଇଟା? " । ଜଗୁଆଳି ଜଣକ ଉତ୍ତର ଦେଲେ " ହଁ ଏଇଟା ,ହେଲେ ସେ ତ ତିନି ଦିନ ହେବ ତାଙ୍କ ବିଦେଶରେ ଥିବା ଘରକୁ ପଳେଇଗଲେ। ଆଉ ଯାହାବି ହେଲେ ଛ ମାସ ପରେ ଯାଇ ଆସିବେ"। ଏମିତି କଥା ଶୁଣି ମନକୁ ବୁଝେଇଲି ମୋ ଦ୍ଵାରା ବିଳମ୍ବ ହୋଇଗଲା ,ଯଦି ଦୀପକ ହସ୍ପିଟାଲ୍ରେ ଥିବା ସମୟରେ ମୋ ମନର କଥା କୁ ତାଙ୍କ ଆଗରେ ପରିପ୍ରକାଶ କରିଦେଇଥାନ୍ତି ତାହାଲେ ଆଜିର ଏଇ ପରିସ୍ଥିତି ହୁଏତ କିଛି ଅଲଗା ଥାଆନ୍ତା। ଜୀବନର ସତ୍ୟତା କୁ ସ୍ବୀକାର କରି ମୁଁ ମୋ କର୍ମମୟ ଜୀବନରେ ବେସ୍ତ ହୋଇପଡିଲି। ଆଜିକୁ ପାୟ ୬ ମାସ ବିତିଗଲାଣି।ହେଲେବି ସେଇ କଥା ଭାବି ମନରେ ଅଲଗା ଆନନ୍ଦ ଉଲ୍ଲାସର ସ୍ମୃତି ଅନୁଭବ କରିହୁଏ।



Rate this content
Log in