Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Balabanta Sahu

Others

3  

Balabanta Sahu

Others

ଆ'... ମାଟି ହେବା

ଆ'... ମାଟି ହେବା

2 mins
7.0K


ନିଜକୁ ଦେବୀ ମଣୁଥିବା
ତୋ ପରି ଫୁଲେଇମାନଙ୍କ କୁଆଁ କୁଆଁ ରାବ ହିଁ
ତରଳାଇ ଦେଇଛି ପ୍ରଶସ୍ତ ମାଟିଛାତିର ହୃଦୟକୁ;
ତା'ବୋଲି ବୋଧେ ! ଆଜିବି
ବନ୍ଦକୋଠରୀ ଅବା ଗହଳବୁଦାରୁ ଆସୁଥିବା
କେଉଁ ଗୋଟେ ଫୁଲେଇର ବୁକୁଫଟା ଚିତ୍କାରରେ
ତରଳିଯାଇ , ବକ୍ଷସ୍ଥ ସମୁଦ୍ରରେ
ନିଜକୁ ଆତ୍ମସାତ୍ କରିଦିଏ ମାଟି..।

ପୁଣି ,ନିଜକୁ ଦେବୀ ମଣୁଥିବା
ଖାସ୍ ତୋ ପରି ଫୁଲେଇମାନଙ୍କ ଇଚ୍ଛାମତେ ହିଁ
ଏଇ ମାଟି ସମର୍ପି ଦିଏ ସ୍ତନଯୁଗଳ
ପ୍ରେମାକାଶେ ସଜେଇ ଦିଏ ଜହ୍ନମାମୁଁ
ପ୍ରେମ ଦରବାରରେ ରାଜକୁମାରୀ କରି
ଧରେଇ ଦିଏ ମନମୁତାବକ ମାଟିଘୋଡ଼ା
ଯାଚି ଦିଏ ଶହ ଶହ ରାଜକୁମାର୍
ଆଉ ପାଦର ଅଳତାଠୁ ଲଲାଟେ ବିନ୍ଦି ପର୍ଯ୍ୟନ୍ତ ।

ପୁଣି ବୟସ ତାଳେ ତାଳେ
ଏକମାତ୍ର ମସ୍ତକ ଉପରକୁ
ଯେତେବି ବ୍ୟାପିଯାଏ ଆକାଶ
ଯେତେବି ସତାଏ କଳାବାଦଲର ଚାପ
ତେବେ ତେବେ ଲୋଡ଼ାପଡେ
ଅବିକଳ ନିଜ'ପରି ବନ୍ଧୁ ଅବା ବାନ୍ଧବୀଟିଏ
ତା'ବି ତ ଦେଇଛି , ମୋ ରୂପରେ
ତା' ବୋଲି ମୁଁ ଅଛି ତୋ ସମ୍ପର୍କ ତାଲିକାରେ
ନହେଲେ ତୁ କିଏ ? ମୁଁ କିଏ ?
କଣ ବା ହୋଇଥାନ୍ତା ସମ୍ପର୍କ ଆମର ?
କେଜାଣି ? ନା' ଜଣା ତୋତେ ନା ମୋତେ !

ଯିଏ ତୋ ପାଇଁ ଏତେକିଛି ଦେଇଛି
ତାକୁ ତୁ ଭୁଲିଯିବା କଥା କହୁଛୁ !
ତୁ ବୋଧେ ଭୁଲିଯାଉଛୁ ?
ଏ ମାଟି କେବଳ ମାଟି ନୁହେଁ ଯେ
ଆମେ ଚାଲିଯିବା ଅନ୍ୟ କେଉଁଠିକୁ
ଏ ମାଟି ପରା ମାଆ ଟି
ମାଆକୁ ଛାଡି କେ କେବେ ତିଷ୍ଠିଛି ?
ନା କେବେ ତିଷ୍ଠିବ ?

ତୁ ମାନୁଥିବା ପ୍ରେମର ପ୍ରତୀକ
ସ୍ୱୟଂ ଶ୍ରୀକୃଷ୍ଣଙ୍କ ଅବସ୍ଥା ତ ଜାଣିଥିବୁ !
ମାତୃ ଲୁହରେ କିପରି
ବିଳୀନ ହୋଇଯାଇଥିଲା
ତାଙ୍କର ଐତିହ୍ୟ ଐଶ୍ୱର୍ଯ୍ୟ ସମ୍ପନ୍ନ ଦ୍ଵାରିକାନଗରୀ ।

ଏବେତ ତୁ ବରାବର୍ ବୁଝୁଥିବୁ...
ଏ ମାଟି କେବଳ ମାଟି ନୁହେଁ ଯେ
ଆମେ ଚାଲିଯିବା ଅନ୍ୟ କେଉଁଠିକୁ
ଆ'.. ମାଟିକୁ ଭଲପାଇବା ।
ମାଟି ପାଇଁ ହିଁ ଜିଇଁବା
ଶେଷରେ ମାଟି ପାଇଁ ହିଁ ମରିବା
ମାଟିରେ ହିଁ ମିଶିଯାଇ , ମାଟି ହୋଇଯିବା
ମାଟି ହୋଇପାରିବା କଣ କମ୍ ସୌଭାଗ୍ୟର କଥା !

#Bab_L_U

ବଳବନ୍ତ ସାହୁ ( ବବଳୁ )
ଭୁଷଲାର୍ଡ , ଦେଢଗାଁ ,ଟିଟିଲାଗଡ଼
ପିନ- ୭୬୭୦୩୫
ମୋ- 9078105234


Rate this content
Log in