Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Minati Pradhan

Others

2  

Minati Pradhan

Others

ପ୍ରକୃତି

ପ୍ରକୃତି

1 min
401


"ମୋତେ ଟିକେ ରହିବାକୁ ଦିଅ ଏକା"

ସ୍ନାୟୁ ମାନଙ୍କର ପ୍ରବଳ ଚିତ୍କାର |

ବାହାରକୁ ବାହାରି କ୍ରୋଧ ରୂପ ନେଇ |


ଉଛୁଳି ପଡେ କେବେ ପ୍ରିୟଜନଙ୍କ ଉପରେ,

ନିଜ ଆଉ କାହା ଅପାରଗ ପଣିଆକୁ କୋଷି

ତ କେବେ ଶବ୍ଦରେ ବରଷି ବରଷି |


ସାମାନ୍ୟ କଥାରେ ଅଶ୍ରୁ ଧାଇଥାନ୍ତି

ଚିବୁକ ତଳକୁ, ଲୁହା ସମ କଠିନ ଆତ୍ମବିଶ୍ଵାସ

ପାଲଟେ ଲବଣୀ କୋମଳ ......

ନ କରି ଭ୍ରୂକ୍ଷେପ ସମସ୍ତଙ୍କ କୌତୁହଳୀ ଆଖିକୁ |


କିଛି ଦିନ ପରେ ସ୍ନାୟୁ ସବୁ ସ୍ଥିର,

ନାହିଁ ଚାପା ଉତ୍ତେଜନା କି ଅନ୍ତରାତ୍ମା ଯୁଦ୍ଧ

ଠିକ-ଭୁଲ ଓ 'ଇଗୋ'ର ପରଖ |


ମନଟା ପାଲଟେ ହଠାତ ଶାନ୍ତ ଉପତ୍ୟକା

ମାସଟାରେ କେଇଦିନ ଏମିତି ବିଭ୍ରାଟ ଭିତରେ

ବଦଳେ ରହସ୍ୟମୟ ବ୍ୟକ୍ତିତ୍ଵ |


ଜାଣି ଶୁଣି ବି ଭାବନାର ଖିଅ ,

ପ୍ରତିକ୍ରିୟାର ଉଜାଣି ବହୁଥିବା ସୁଅ

ବଦଳେଇ ପାରେନା ତା' ରାସ୍ତା |


କିଏ କଣ ସତରେ ବୁଝିବାକୁ ଚେଷ୍ଟା କରେ ,

ପ୍ରକୃତି ନିୟମରେ ବନ୍ଧା

ନାରୀର ଏ ଅବୁଝା ପ୍ରକୃତି ଟିକୁ ?


Rate this content
Log in