STORYMIRROR

Santosh Kumar Ojha

Others

3  

Santosh Kumar Ojha

Others

ବିଶ୍ଳେଷଣ

ବିଶ୍ଳେଷଣ

1 min
684


ଆକାଶ ଆଖିରେ ନିଆଁ

ମାଟିର ବୁକୁରେ ନିଆଁ

କବିର ଉଦରେ ନିଆଁ

କବିତା ଅଧରେ ନିଆଁ

ସଧବା ସିନ୍ଦୂର ରେ ନିଆଁ

ବିଧବା ବିଧୂର ରେ ନିଆଁ

ବାଦଲ ସ୍ଫୁଲିଙ୍ଗରେ ନିଆଁ

ବାରଙ୍ଗନା ଆଲିଙ୍ଗନରେ ନିଆଁ

ଶ୍ରାବଣର ବରଷା ଛିଟାରେ ନିଆଁ

ଫଗୁଣର ପହିଲି ପ୍ରେମରେ ନିଆଁ

ଅଶିଣର ପୁନିଅଁ ଜହ୍ନରେ ନିଆଁ

କାର୍ତ୍ତିକର କାଉଁରି କାଠିରେ ନିଆଁ

ସାମ୍ୟବାଦୀ ଲାଲ ଝଣ୍ଡାରେ ନିଆଁ

ସନ୍ତ୍ରାସବାଦୀ ଶିବିର ପିଣ୍ଡାରେ ନିଆଁ

ନିଆଁ ଖାଲି ନିଆଁ

ଯୁଆଡ଼େ ଚାହିଁଲେ ନିଆଁ

ଷଠି ଘର ଏନ୍ତୁଡ଼ି ହାଣ୍ଡିରେ ନିଆଁ

ଶମଶାନ ଜୁଇର ଗାତରେ ନିଆଁ

ସବୁଠି ନିଆଁ ଆଉ ନିଆଁ

ଜଳି ପୋଡ଼ି ଛାରଖାର ହୋଇଯାଏ

ଜୀବନ, ଯୌବନ ଓ ବିଶ୍ବାସ

ବିଭାଜ୍ୟ ହେଇ ନପାରି

ରହିଯାଏ ଭାଗଶେଷ

ମୁଠାଏ ପାଉଁଶ ।


    


Rate this content
Log in